Pratidin TV

Odisha's Digital News Platform

ରାଜଧାନୀ ରେ ମାତିଛନ୍ତି ସ୍ପିଡ ବାଇକ ଲୁଟେରା, ଆଖି ପିଚୁଳାକେ ଲୁଟି ନେଉଛନ୍ତି ସୁନା ଗହଣା ଓ ଭ୍ୟାନିଟ୍ ବ୍ୟାଗ୍

1 min read

ଭୁବନେଶ୍ୱର ; ରାଜଧାନୀ ରେ ବିକଟାଳ ଶବ୍ଦ କରି ଲୁଟ କରୁଥିବା ଲୁଟେରାଙ୍କ ଗାଡ଼ି ଶବ୍ଦ । କ୍ୟାପିଟାଲ ଥାନା ପୋଲିସ ପଞ୍ଝାରେ ସ୍ପିଡ଼ ବାଇକ ଲୁଟେରା ଗ୍ୟାଙ୍ଗ । ୨ ଜଣ ଭ୍ୟାନୀଟ ବ୍ୟାଗ ଲୁଟେରା ଙ୍କୁ ଗିରଫ କରିଛି ପୋଲିସ । ଟାର୍ଗେଟରେ ଥିଲେ ମହିଳା । ବିଶେଷ କରି ଏମାନେ ବାଇକ ରେ ଯାଉଥିବା ମହିଳା, ଏକୁଟିଆ ଯାଇଥିବା ମହିଳା ଙ୍କୁ ପିଛା କରୁଥିଲେ । ସୁଯୋଗ ଦେଖି ଚଳନ୍ତା ବାଇକ ରୁ ଝାଂପି ନେଉଥିଲେ ଭ୍ୟାନିଟି। ସଙ୍ଗେ ସଙ୍ଗେ ସ୍ପିଡ ବାଇକରେ ଛୁ ମାରୁଥିଲେ । ଗୋଟିଏ ଦିନରେ ରାଜଧାନୀରେ ୪ଟି ସ୍ଥାନରୁ ଲୁଟ କରିଥିଲେ ଏହି ୨ ଲୁଟେରା । କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ରେ ଜଣାପଡିଥିଲା ଚନ୍ଦନ ନାୟକ ଓ ଦିଲୀପ ନାୟକ ଲୁଟ କରୁଥିଲେ ।

ଲୁଟ ପରେ ଲୁଟ ଟଙ୍କା ରେ ନିଶା ଖାଇ ରାଜଧାନୀ ରେ ଘୁରି ବୁଲୁ ଥିଲେ ଲୁଟେରା । ସେମାନଙ୍କ ଠାରୁ ଭ୍ୟାନୀଟ୍ ବ୍ୟାଗ, ମୋବାଇଲ, ସ୍ପିଡ଼ ବାଇକ ଜବତ କରିଛି ପୋଲିସ । ଏହି ୨ ଲୁଟେରା ଙ୍କ ନାଁ ରେ ଏକାଧିକ ମାମଲା ରହିଥିବା ତଦନ୍ତ ରୁ ଜାଣିବାକୁ ପାଇଛି ପୋଲିସ ଅଭିଯୁକ୍ତ ଦିଲୀପ ନାୟକ ନାମରେ ୧୧ଟି ମାମଲା ଓ ଚନ୍ଦନଙ୍କ ନାଁରେ ୬ ଟି ମାମଲା ରହିଛି।ଏହି ଗ୍ୟାଙ୍ଗରେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ନିକଟରେ ଏଭଳି ଲୁଟର ଶିକାର ହୋଇଛନ୍ତି ି ବନ୍ଦନା ପ୍ରିୟଦର୍ଶିନୀ । ସେ ସେକ୍ରେଟରିଏଟ ଏଜେଣ୍ଟ ଅଡିଟର ଭାବରେ କାମ କରନ୍ତି । ଗତ ୩ ତାରିଖରେ ମାଷ୍ଟର କ୍ୟାଣ୍ଟିଁନ ରେ ଛିଡା ହେଇଥିବା ବେଳେ ୩ ଜଣ ଆସି ଝାଂପି ନେଇଥିଲେ ଭେନିଟି ବ୍ୟଗ ଓ ସ୍ପୀଡ ବାଇକ ରେ ଛୁ ମାରିଥିଲେ । କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ଫେରିପାଇଁଛନ୍ତି ମୋବାଇଲ ।

Advertisement

ରାଜଧାନୀର ରାତିର ରାସ୍ତାରେ ଏବେ ରହିଛି ପାଦେ ପଦେ ବିପଦ। ବାଇକ ଲୁଟେରା ଙ୍କ ପାଇଁ କେତେବେଳେ ଯାଇପାରେ ଜୀବନ । ବାହାରକୁ ବାହାରୁଥିବା ସମୟରେ ସତର୍କତାର ଯାତ୍ରା କରନ୍ତୁ ବୋଲି ଉପଦେଶ ଦେଇଛନ୍ତି କ୍ୟାପିଟାଲ ପୋଲିସ ।

Leave a Reply

Your email address will not be published. Required fields are marked *