Pratidin TV

Odisha's Digital News Platform

ରାହୁଲ ଗାନ୍ଧୀଙ୍କୁ ନ୍ୟାୟ ପାଇଁ ଚିଠି ଲେଖିଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ…

1 min read

ପୂର୍ବତନ କଂଗ୍ରେସ ନେତା ତଥା ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ନ୍ୟାୟ ପାଇଁ ରାହୁଲ ଗାନ୍ଧୀଙ୍କୁ ସାହାଯ୍ୟ ମାଗିଛନ୍ତି | ଅନଲାଇନ ଯୌନ ଉତ୍ପୀଡ଼ନ ହେବାର ଅଭିଯୋଗ ଆଣିଛନ୍ତି ଶର୍ମିଷ୍ଠା | ଏଥିପାଇଁ ସେ କଂଗ୍ରେସ ଓ ରାହୁଲଙ୍କୁ ନ୍ୟାୟ ପାଇଁ ସାହାଯ୍ୟ ମାଗିବା ସହ ପୋଲସରେ ଅଭିଯୋଗ କରିଛନ୍ତି | ଅଭିଯୋଗରେ ସେ ଅନଲାଇନ ଟ୍ରୋଲିଂକୁ ନେଇ ମାମଲା ରୁଜୁ ହୋଇଛି | ଏବଂ ଶର୍ମିଷ୍ଠା ନିଜ ଟ୍ରୋଲିଂ ଟ୍ୱିଟ ଯୋଗେ ଶେଅରର ମଧ୍ୟ କରିଛନ୍ତି |

@Naveen_Kr_Shahi ନାମକ ୟୁଜର ଶର୍ମିଷ୍ଠା ଏବଂ ତାଙ୍କ ପିତାଙ୍କ ବିଷୟରେ ଆପତ୍ତିଜନକ କଥା ଲେଖିଥିବାର ଅଭିଯୋଗ ଆଣିଛନ୍ତି | ଶର୍ମିଷ୍ଠା ଅଭିଯୋଗରେ କହିଛନ୍ତି ଯେ, ଏହି ୟୁଜର କଂଗ୍ରେସର ନିକଟତର ସହଯୋଗୀ | କାରଣ ୟୁଜରକୁ ବରିଷ୍ଠ କଂଗ୍ରେସ ନେତା ଓ କଂଗ୍ରେସ ସୋସିଆଲ ମିଡ଼ିଆ ଟିମ ଫଲୋ କରୁଛି | ଶର୍ମିଷ୍ଠା ଏହାପରେ କହିଛନ୍ତି ନ୍ୟାୟ ବିଷୟରେ କଥା ହେଉଥିବା ରାହୁଲ ଗାନ୍ଧୀ ଏବେ ନ୍ୟାୟ ପାଇଁ କିଛି ପଦକ୍ଷପ ଉଠାନ୍ତୁ | ତାଙ୍କ ନାମ ନେଇ ଏବେ ମୋର ଓ ମୋ ବାପାଙ୍କର ଚରିତ୍ର ଉପରେ ଆପତ୍ତିଜନକ କଥା କହୁଛନ୍ତି |

Advertisement

ନ୍ୟାୟ ପାଇଁ ରାହୁଲ ଗାନ୍ଧୀ ଏହି ସମ୍ପର୍କରେ ପୋଲିସରେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ଶର୍ମିଷ୍ଠା | କାରଣ ଏହି କାମ ତାଙ୍କର ହିଁ ନାମ ନେଇ କରାଯାଉଛି | ଏନେଇ ଶର୍ମିଷ୍ଠା ରାହୁଲ ଗାନ୍ଧୀ ଓ ଅଧକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେଙ୍କୁ ଏକ ଖୋଲା ଚିଠି ମଧ୍ୟ ଲେଖିଛନ୍ତି | ସେ ଏଥିରେ ଲେଖିଛନ୍ତି, ମାସକ ପୂର୍ବରୁ ଲେଖିଥିବା ‘ପ୍ରଣବ ମାଇ ଫାଦର: ଏ ଡଟର ରିମେମ୍ବରସ’ ପ୍ରକାଶିତ ହେବା ପରଠାରୁ ତାଙ୍କୁ ଏପରି ଟ୍ରୋଲର ସମ୍ମୁଖୀନ ହେବାକୁ ପଡୁଛି | ଏନେଇ ଏବେ ଶର୍ମିଷ୍ଠା ଗଣମାଧ୍ୟମରେ କହିଛନ୍ତି, ଏ ପ୍ରସଙ୍ଗରେ ଗୁରୁଃଗ୍ରାମ ପୋଲିସ ସାଇବର କ୍ରାଇମ ୟୁନିଟ୍ରେ ହୋଇଛି ଅଭିଯୋଗ |

Leave a Reply

Your email address will not be published. Required fields are marked *