Pratidin TV

Odisha's Digital News Platform

ଚାଷୀଙ୍କୁ ମିଳୁନି ସାର, ସାର ବ୍ୟବସାୟୀଙ୍କ ଘରେ ବିପୁଳ ପରିମାଣରେ ସାର ଜବତ…

1 min read

ବେଆଇନ ସାର ଗଚ୍ଛିତ ଅଭିଯୋଗରେ ଜଣେ ବ୍ୟବସାୟୀଙ୍କ ଘରେ ଜିଲ୍ଲା କୃଷି ବିଭାଗ ଓ ପୋଲିସ୍ ର ମିଳିତ ଚଢାଉ । ବିପୁଳ ପରିମାଣ ରେ ୟୁରିଆ ସାର ଜବତ ହୋଇଛି । ସୂଚନା ଅନୁସାରେ ସନ୍ଧ୍ୟା ଛଅରୁ ସାତ ଟା ସମୟରେ ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ମହାପାତ୍ର ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ବ୍ଲକ ଗଡ଼୍ରାମୁଣ୍ଡା ସାର ବ୍ୟବସାୟୀ କୁନ୍ଦନ ମେହେରଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ କୁନ୍ଦନ ମେହେର ଙ୍କ ଘରୁ ଷୋହଳ ଶହ ୬୫ ବେଗ ୟୁରିଆକୁ ଜବତ କରିଥିଲେ । ତା ସହ ଦୁଇ ଗୋଟି ଟ୍ରକ ମଧ୍ୟରୁ ଗୋଟିଏ ଓ ଅନ୍ୟ ଏକ ଖାଲି ଟ୍ରକକୁ ଜବତ କରି ଖଡ଼ିଆଳ ପୋଲିସ୍ କୁ ଜିମା ଦେଇଛନ୍ତି । ଚଢ଼ାଉ ସମୟରେ ଜିଲ୍ଲା କୃଷି ବିଭାଗ ଅଧିକାରୀ ଙ୍କ ସହ ନୂଆପଡା ଉପଜିଲ୍ଲାପାଳ ଏବଂ ଖଡ଼ିଆଳ ପୋଲିସ ଉପସ୍ଥିତ ରହିଥିଲେ । ଏ ସମନ୍ଧରେ ବର୍ତ୍ତମାନ ଯାଏ କୌଣସି ବ୍ୟକ୍ତି ଗିରଫ ହୋଇନଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ନୂଆପଡ଼ା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ବେଆଇନ ସାର ବ୍ୟବସାୟ ଦିନକୁ ଦିନ ବଢି ଚାଲିଥିବା ବେଳେ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ଏହା କମିବା ବଦଳରେ ବଢ଼ିବଢ଼ି ଚାଲିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୁରନ୍ତ ଦୃଷ୍ଟି ଦେଇ ବେଆଇନ ବ୍ୟବସାୟୀ ଙ୍କ ବିରୁଦ୍ଧରେ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *