Pratidin TV

Odisha's Digital News Platform

ଅପରେସନ୍ ଥିଏଟର ଭିତରେ ଡାକ୍ତର କଲେ ପ୍ରେମିକା ସହ ପ୍ରି ୱେଡିଂ ସୁଟ୍ …

1 min read

କେବେ ଶୁଣିଛନ୍ତି କି ଅପରେସନ୍ ଥିଏଟର ଭିତରେ ପ୍ରି ୱେଡିଂ ସୁଟ୍ ହେବାର ? ହେଲେ ଆପଣ କେବେ କଳ୍ପନା କରିପାରୁନଥିବା ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ସାଧାରଣତଃ ଅପରେସନ୍ ଥିଏଟରରେ ରୋଗୀଙ୍କ ଅପରେସନ୍ କରାଯାଇଥାଏ । ଯେଉଁ ଅପରେସନ୍ ଥିଏଟରରେ ଡାକ୍ତର ମାନେ ରୋଗୀ ପାଇଁ ପାଲଟିଯାଇଥାନ୍ତି ଦ୍ୱୀତିୟ ଭଗବାନ । ହେଲେ ସେହି ଅପରେସନ୍ ଥିଏଟର ଭିତରେ ଡାକ୍ତର କରିଛନ୍ତି ପ୍ରି ୱେଡିଂ ସୁଟ୍ । ଏକ ସରକାରୀ ହସ୍ପିଟାଲରେ ଅପରେସନ୍ ଥିଏଟର ଭିତରେ ପ୍ରେମିକାଙ୍କ ସହ ପ୍ରି-ୱେଡିଂ ସୁଟିଂ କରି ଫସିଲେ ଡାକ୍ତର । କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲାର ଭରମାସାଗର ସରକାରୀ ଡାକ୍ତରଖାନାରୁ ସାମ୍ନାକୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ନିଲମ୍ବିତ ଡାକ୍ତରଙ୍କ ନାମ ଅଭିଷେକ । ପ୍ରି-ୱେଡିଂ ସୁଟ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଡାକ୍ତରଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି, ” ଚିତ୍ରଦୁର୍ଗ ଜିଲ୍ଲାର ଭରମାସାଗର ସରକାରୀ ଡାକ୍ତରଖାନାରେ ଡାକ୍ତର ଜଣଙ୍କ ବିବାହ ପୂର୍ବରୁ ପ୍ରି ୱେଡିଂ ଫଟୋ ସୁଟ କରୁଥିଲେ । ସରକାରୀ ଡାକ୍ତରଖାନା ବ୍ୟକ୍ତିଗତ ବ୍ୟବସ୍ଥା ପାଇଁ ନୁହେଁ । ଏହା ଜନସାଧାରଣଙ୍କ ସେବା ପାଇଁ ଉଦ୍ଦିଷ୍ଟ । ମୁଁ ଏଭଳି ବେଆଇନ କାର୍ଯ୍ୟକୁ ବରଦାସ୍ତ କରିପାରିବି ନାହିଁ । ସରକାରୀ ଡାକ୍ତରଖାନା ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଉଚିତ । ତେଣୁ ଡାକ୍ତରଖାନାରେ ମଧ୍ୟ କର୍ତ୍ତବ୍ୟ ପାଳନ ଉପରେ ଧ୍ୟାନ ଦେବା ଉଚିତ । ତେବେ ଭରମାସାଗରରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ସବୁ ଡାକ୍ତରଙ୍କ ଏପରି କାର୍ଯ୍ୟକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

Leave a Reply

Your email address will not be published. Required fields are marked *