Pratidin TV

Odisha's Digital News Platform

ମନ୍ଦିର ର ପୂଜାରି ପାଇବେ ୯୦ ହଜାର ଟଙ୍କା , ଜାଣନ୍ତୁ ସେହି ମନ୍ଦିର ସମ୍ପର୍କରେ ..

1 min read

ଆସିଲା ବଡ ଖୁସି ଖବର । ଯଦି ଆପଣ ବ୍ରାହ୍ମଣ ଏବଂ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି । ତାହେଲେ ଏହି ଖବର କେବଳ ଆପଣଙ୍କ ପାଇଁ । ଏବେ ମନ୍ଦିର ର ପୂଜାରି ପାଇବେ ୯୦ ହଜାର ଟଙ୍କା । ଏବଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆବେଦନ ପ୍ରକ୍ରିୟା । ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ ।


ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ମୁଖ୍ୟ ପୁରୋହିତକୁ ପାରିଶ୍ରମିକ ଭାବେ ମାସକୁ ମିଳିବ ୯୦ ହଜାର ଟଙ୍କା । ସେହିପରି କନିଷ୍ଠ ପୂଜାରିଙ୍କୁ ଦିଆଯିବ ୮୦ ହଜାର ଏବଂ ସହାୟକ ପୂଜାରୀଙ୍କୁ ଦିଆଯିବ ୬୫ ହଜାର ଟଙ୍କା । କାଶୀ ବିଶ୍ୱନାଥ ମନ୍ଦିର ନ୍ୟାସର ୧୦୫ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ମନ୍ଦିରର ପୂଜକ ମାନଙ୍କର ୫୦ଟି ପଦ ରହିବ । ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରୀ କରାଯିବ । ତା ସହିତ ମନ୍ଦିର ଭିତରେ ହେବ ସଂସ୍କୃତ ଜ୍ଞାନ ପ୍ରତିଯୋଗୀତା ।

Advertisement

Leave a Reply

Your email address will not be published. Required fields are marked *