Pratidin TV

Odisha's Digital News Platform

ଅଷ୍ଟମ ଥର ୟୁଏଇ ଗସ୍ତରେ ମୋଦୀ , ଆବୁଧୀବିରେ କରିବେ ପ୍ରଥମ ହିନ୍ଦୁ ମନ୍ଦିର ର ଉଦଘାଟନ ..

1 min read

ଏବେ ସାରା ବିଶ୍ୱରେ ମୋଦୀ ମାନିଆ । କେବଳ ଭାରତ ନୁହେଁ ସାରା ବିଶ୍ୱରେ ମୋଦୀଙ୍କର ଦବଦବା ରହିଛି । ଧୀରେ ଧୀରେ ବିଦେଶରେ ବଢିବାରେ ଲାଗିଛି ମୋଦୀଙ୍କର ଲୋକପ୍ରିୟତା । ତେବେ ଏହାରି ମଧ୍ୟ ପ୍ରଧାନମନ୍ତ୍ରୀ ୟୁଏଇ ଗସ୍ତରେ ବାହାରିଛନ୍ତି । ସେଠାରେ ଯାଇ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ତାରିଖଠାରୁ ଦୁଇ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯିବେ ।

୨୦୧୫ ପରଠାରୁ ମୋଦୀଙ୍କ ଏହା ସପ୍ତମ ଏବଂ ଗତ ୮ ମାସ ମଧ୍ୟରେ ତୃତୀୟ ଗସ୍ତ ହେବ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଏହି ଗସ୍ତ ସମୟରେ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା, ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା , ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସହମତି ସୃଷ୍ଟି କରିବା ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।

Advertisement

ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ୟୁଏଇର ଉପରାଷ୍ଟ୍ରପତି ତଥା ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ବିନ୍ ରସିଦ୍ ଅଲ୍‌-ମକତୁନଙ୍କୁ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ ‘ବିଶ୍ୱ ସରକାର ଶିଖର ସମ୍ମିଳନୀ-୨୦୨୪’ରେ ମଧ୍ୟ ଯୋଗ ଦେବେ । ଏହି ଅବସରରେ ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ସ୍ୱତନ୍ତ୍ର ବକ୍ତୃତା ପ୍ରଦାନ କରିବେ । ତେବେ ସବୁଠୁ ବଡ କଥା ହେଉଛି ମୋଦି ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ । ସେ ସେଠାରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ ।

Leave a Reply

Your email address will not be published. Required fields are marked *