ଆଗାମୀ ଲୋକସଭା ନିର୍ବାଚନରେ ଯୁବରାଜ ସିଂ!…ଏହି ପାର୍ଟରୁ ଆରମ୍ଭ କରିବେ ରାଜନୈତିକ କ୍ୟାରିୟର……
1 min readଲୋକସଭା ନିର୍ବାଚନ ୨୦୨୪ ସମୟ ନିକଟତର ହୋଇଆସୁଛି | ଆଉ କିଛି ମାସ ପରେ ଆରମ୍ଭ ହେବ ନିର୍ବାଚନ | ରାଜନୈତିକି ପାଇଁ ସବୁ ଦଳ ନିଜ ପ୍ରସ୍ତୁତି ଆରମ୍ଭ କରିବା ସହ ନିର୍ବାଚନ ପାଇଁ କାର୍ଯ୍ୟ ମଧ୍ୟ କରିବା ଆରମ୍ଭ କରିସାରିଲେଣି | ଏବେ କେବଳ ନିର୍ବାଚନ ତାରିଖକୁ ଅପେକ୍ଷା |ଭାରତରେ ଏବେ ନିର୍ବାଚନର ସମୟ | ଧୀରେ ଧୀରେ ସବୁ ନାମ ସାମ୍ନାକୁ ଆସିବାକୁ ଲାଗୁଛି ଯେଉଁମାନେ ତାଙ୍କର ରାଜନୈତିକ କ୍ଷେତ୍ରରେ ଥିବା ଦୃଢ଼ତା କେତେ ଦେଖାଇବେ | ଏବଂ କେତେକ କ୍ରିକେଟ ପିଚରୁ ରାଜନୈତିକ ପିଚକୁ ନିଜ ଦୃଢ଼ତା ଦେଖାଇବାକୁ ଆସିବେ ତାହା ମଧ୍ୟ ଦେଖିବାକୁ ମିଳିବ |ଏହି ବର୍ଷ ଆଉ ଏକ କ୍ରିକେଟର ନାମ ରାଜନୈତିକ କ୍ଷେତ୍ରରେ ମିଶିବାର ଦେଖିବାକୁ ମିଳିପାରେ |
ଖବର ମିଳିବାକୁ ପାଉଛି ଯେ, ନିଜ ପିଚକୁ ଛାଡି ରାଜନୈତିକି ପିଚରେ ପାଦ ଦେବାକୁ ଯାଉଛନ୍ତି ଅଲରାଉଣ୍ଡର କ୍ରିକେଟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ |୬ ବଲରେ ୬ଛକା ମାରୁଥିବା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ରାଜନୈତିକ ପିଚରେ ଭାରତୀୟ ଜନତା ପାର୍ଟି ତଥା ବିଜେପି ସହ ଗୁରୁଦାସପୁର ଲୋକସଭା ଆସନରୁ ନୂଆ ଇନସିଂ ଆରମ୍ଭ କରିପାରନ୍ତି | ତେବେ ଭାରତରେ କ୍ରିକେଟର ରାଜନୈତିକ ଦଳରେ ଯୋଗ ଦେବା କିଛି ନୂଆ କଥା ନୁହେଁ | ଯୁବରାଜଙ୍କ ପୂର୍ବରୁ ବହୁ କ୍ରିକେଟର ରାଜନୈତିକି କ୍ଷେତ୍ରରେ ତାଙ୍କର ଦୃଢ଼ତାର ପରୀକ୍ଷା ଦେଖାଇବା ପାଇଁ ରାଜନୀତିରେ ଯୋଗ ଦେଖାଇସାରିଛନ୍ତି | ଏଥର ଯୁବରାଜ ମଧ୍ୟ ଦେଖାଇପାରନ୍ତି ତାଙ୍କର ରାଜନୈତିକି କ୍ଷେତ୍ରରେ ଦୃଢ଼ତା |
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଯାଏଁ କ୍ରିକେଟର ଯୁବରାଜ ସିଂ ଏହି ବିଷୟରେ ସ୍ପଷ୍ଟ ମନ୍ତବ୍ୟ ଦେଇନାହାନ୍ତି |ସେ କେଉଁ ଦଳ ତରଫରୁ ରାଜନୈତିକ ଯାତ୍ରା ଆରମ୍ଭ କରିବେ ସେହି ବିଷୟରେ ମନ୍ତବ୍ୟ ଦେଇନାହାନ୍ତି | ଏବେ ଅପେକ୍ଷା ନିର୍ବାଚନକୁ, ନିର୍ବାଚନ ଆସିଲେ ଜଣାପଡିବ ଯୁବରାଜ ସିଂଙ୍କର ରାଜନୈତିକ କ୍ୟାରିୟର ସ୍ବପ୍ନ |