ପଡିଆରେ ମୁଣ୍ଡିଆ ମାରି , କ୍ରିକେଟ୍ ଖେଳିଳେ ୫ଟି ଅଧ୍ୟକ୍ଷ..
1 min readସମ୍ବଲପୁର ; ଆମ ଓଡିଶା ନବୀନ ଓଡିଶା ତଥା ୫ଗ୍ଧ ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଦିନିକିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ସମ୍ବଲପୁର ଗସ୍ତରେ ଆସି ପ୍ରଥମେ ସମଲେଶ୍ୱରୀ ଙ୍କ ମନ୍ଦିର ନିକଟରେ ସମ୍ବଲପୁର ମହାନଦୀ ମାରାଥନ୍ କୁ 5T ଅଧ୍ୟକ୍ଷ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମହାନଦୀର ସୁରକ୍ଷା,ସ୍ୱଚ୍ଛତା ନେଇ ଜନଜାଗରଣ ସୃଷ୍ଟି କରିବା ଉଦ୍ଧେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମହାନଦୀ ହାପ ମାରାଥନକୁ ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ପ୍ରଶାସନ ର ବହୁ ଅଧିକାରୀ ଙ୍କ ସହ ବହୁ ପ୍ରତିଯୋଗୀ ମାନେ ଉପସ୍ଥିତ ରହିଥିଲେ । ପରେ 5T ଅଧ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ମନ୍ଦିର କୁ ଯାଇ ମାଁଙ୍କ ଦର୍ଶନ କରିଛନ୍ତି ।
ଏହି ଅବସରରେ 5T ଅଧ୍ୟକ୍ଷ ମାଁଙ୍କ ମନ୍ଦିର ର ବେଢ଼ା ପରିକ୍ରମା କରିବା ସହ ମାଁଙ୍କ ପୂଜାର୍ଚ୍ଚନା ମଧ୍ୟ କରି ଆସିର୍ବାଦ ମଧ୍ୟ କାମନା କରିଥିଲେ । ଏହାସହ ମନ୍ଦିର କମିଟି ଟ୍ରଷ୍ଟ ବୋର୍ଡର ସଭ୍ୟଙ୍କ ସହ ଆଳୋଚନା ମଧ୍ୟ କରିଥିଲେ । ରାଜ୍ୟ 5Tଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କ ମାଁ ଙ୍କ ଦର୍ଶନ କରିବା ସମୟରେ ସମ୍ବଲପୁର ଜିଲ୍ଲାପାଳ, ବିଧାୟକ ରୋହିତ ପୂଜାରୀ ଓ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ମଧ୍ୟ ଉପସ୍ଥିତ ଥିଲେ ।
ପରେ ପରେ ସମ୍ବଲପୁର ଭିଏସଏସ ଷ୍ଟାଡିୟମ ଠାରେ ଷ୍ଟାଡିୟମ ର ଉନ୍ନତିକରଣ ସହ ବିଭିନ୍ନ କ୍ରିଢା ପ୍ରତିନିଧି ଓ ସଂଗଠକ ଙ୍କ ସହ ରାଜ୍ୟ 5T ଅଧ୍ୟକ୍ଷ ସିଧାସଳଖ ଆଳୋଚନା ମଧ୍ୟ କରିଥିଲେ । ତାହାସହ 5T ଅଧ୍ୟକ୍ଷ ଭିଏସଏସ ଷ୍ଟାଡିୟମ ଠାରେ ଉପସ୍ଥିତ ରହି କ୍ରିକେଟ ଅଭ୍ୟାସ କରୁଥିବା ଖେଲାଳି ଙ୍କ ସହ କିଛି ସମୟ କ୍ରିକେଟ ମଧ୍ୟ ଖେଲି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଜିଲ୍ଲା କ୍ରିଢା ସଂଘର ପ୍ରତିନିଧି ମାନେ ଭିଏସଏସ ଷ୍ଟାଡିୟମ ର ଉନ୍ନତି ଓ ବିକାଶ ପ୍ରସଙ୍ଗରେ 5T ଅଧ୍ୟକ୍ଷ ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।