Pratidin TV

Odisha's Digital News Platform

ଅନୁକୂଳ ଚନ୍ଦ୍ରଙ୍କୁ ମୁଣ୍ଡିଆ ମାରିବା ବେଳେ, ଭିଡ଼ରେ ବେକରୁ ଚେନ୍ ଭିଡ଼ିଲେ ମାଉସୀ! 

1 min read

ପୁଣି ଦେଖିବାକୁ ମିଳିଛି ରାଜଧାନୀରେ ଛାତି ଉପରେ ଲୁଟେରା ମାନଙ୍କର ଆତଙ୍କରାଜ । କେବଳ ପୁରୁଷ ନୁହେଁ ଏହି ଲୁଟେରା ଗ୍ୟାଙ୍ଗରେ ସାମିଲ ହୋଇଛନ୍ତି ମହିଳା ମାନେ । ଭଦ୍ରଘରର ମହିଳା ପରି ସେମାନଙ୍କ ବେଶଭୁସା । ହାବ ଭାବ ଦେଖିଲେ ଏମାନେ ଲୁଟେରା କିମ୍ବା ଚୋରି କରିବା ପାଇଁ ଆସିଛନ୍ତି । ବାସ୍ ଏହି ସୁଯୋଗର ଫାଇଦା ଉଠାଇ ସେମାନେ ପାଖକୁ ଆସୁଛନ୍ତି । ମଉକା ଦେଖି ଦେଖି ଟଙ୍କା ସୁନା ରୁପା ସହ ମୁଲ୍ୟବାନ ସାମଗ୍ରୀ ଲୁଟି ନେଉଛନ୍ତି । ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ ।

ରେଲୱେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ରେ ପ୍ରଭୁ ଅନୁକୁଳ ଚନ୍ଦ୍ରଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେହି ଉତ୍ସବରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସେହି ସମୟରେ ଧାଡିରେ ଠିଆ ହୋଇଥିବା ମହିଳାଙ୍କ ପାଖରେ ଜଣେ ଅଧାବୟସର ମହିଳା ମଣ୍ଡରେ ଓଢଣା ଦେଇ ଠିଆ ହୋଇଥିଲେ । ତାଙ୍କ ବ୍ୟବହାର ଏବଂ ବେଶଭୁଷା ଦେଖିଲେ କେହିବି ଟିକେ ସନ୍ଦେହ କରିବେନି । ହେଲେ ସେହି ବୃଦ୍ଧମହିଳା ଜଣକ ଭିଡର ଉଠାଇ ପାଖରେ ଠିଆ ହୋଇଥିବା ମହିଳାଙ୍କ ପାଖରୁ ସୁନା ଚେନ୍ ଲୁଟିବାକୁ ଉଦ୍ୟମ କରିଥିଲେ । ହେଲେ ତାଙ୍କର ସେହି ଯୋଜନା ସଫଳ ହୋଇପାରିଲାନି । ଚେନ୍ ଲୁଟିବା ସମୟରେ ମହିଳା ଜଣକ ଜାଣିପାରି ତାଙ୍କ ହାତକୁ ଧରିପକାଇଥିଲେ । ଏହାପରେ ପାଖରେ ଥିବା ଲୋକଙ୍କୁ ଡାକିଥିଲେ । ସେଠାରେ ଥିବା ଲୋକ ସେହି ଲୁଟେରାକୁ କାବୁ କରିଥିଲେ । ଏହାପରେ ପୋଲିସକୁ ଡାକି ଜିମା ଦେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Advertisement

ରାଜଧାନୀରେ ଲୁଟେରା ଗ୍ୟାଙ୍ଗ ଚଳାଇଛି ଆତଙ୍କି ରାଜ । ଚିନ୍ତାରେ ପଡିଛନ୍ତି ଲୋକେ । ହେଲେ ସବୁଥର ପରି ପୋଲିସ ର ହାତ ଖାଲି । ବେଫିକର ହୋଇ ବାହାରେ ବୁଲୁଛନ୍ତି ଲୁଟେରା । କିଏ ବନିବ ନେକ୍ସଟ ଟାର୍ଗେଟ୍ । ସେଇ ଚିନ୍ତାରେ ଆତଙ୍କିତ ରାଜଧାନୀ ବାସିନ୍ଦା ।

Leave a Reply

Your email address will not be published. Required fields are marked *