Pratidin TV

Odisha's Digital News Platform

ଆମେରିକା ରାଜନୀତିରେ ନୁଆ ମୁହଁ , ବାରକ ଓବାମାଙ୍କ ପତ୍ନୀଲଢିବେ ରାଷ୍ଟ୍ରପତି ନିର୍ବାଚନ ! ..

1 min read

ଆମେରିକାରେ ଆରମ୍ଭ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ସେଥିପାଇଁ ଏବେଠୁ ସରଗରମ ଆମେରିକାର ରାଜନୀତି । ଏଥର କିଏ ହାତେଇବ ରାଷ୍ଟ୍ରପତି ଆସନ । କିଏ ହେବ ଏହି ଶକ୍ତିଶାଳୀ ଦେଶର ମୁଖିଆ । ତାହ ଉପରେ ରହିଛି ସାରା ବିଶ୍ୱର ନଜର । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ବଡ ଖବର । ଜୋ ବାଇଡନ ନିର୍ବାଚନରୁ ଓହରି ପାରନ୍ତି । ତାଙ୍କ ବଦଳରେ ବାରକ ଓବାମାଙ୍କ ପତ୍ନୀ
ମିସେଲ ଓବାମା । ସ୍ୱତନ୍ତ୍ର ପରାମର୍ଶଦାତା ରବର୍ଟ ପ୍ରକାଶିତ ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକାର ରାଜନୀତିରେ ଏପରି ଚର୍ଚ୍ଚା ହୋଇଛି । ତେବେ ତାଙ୍କ ରିପୋର୍ଟ ଅନୁସାରେ ଓବମା ମାନସିକ , ଶାରିରୀକ ଅସୁସ୍ଥ ହୋଇପଡିଛନ୍ତି ।

ତେଣୁ ତାଙ୍କର ନିର୍ବାଚନ ଲଢିବା ଠିକ୍ ହେବନି ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେପଟେ ବାଇଡେନ ଏହି ରିପୋର୍ଟକୁ ଖାରଜ କରି କହିଛନ୍ତି କି ବୟସଜନୀତ କିଛି ଅସୁସ୍ଥତା ଦେଖିବାକୁ ମିଳିଛି । ଏହାର ଅର୍ଥ ନୁହେଁ ଯେ ସେ ନିର୍ବାଚନ ଲଢିପାରିବେ ନାହିଁ । କେବଳ ରବର୍ଟ ହୁର ନୁହଁନ୍ତି ପୂର୍ବ ବିଦେଶ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନ ମଧ୍ୟ ବାଇଡେନଙ୍କ ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏକ ସାକ୍ଷାତକାରରେ କ୍ଲିଣ୍ଟନ କହିଛନ୍ତି କି, ଏଭଳି ସ୍ଥିତିରେ ଯଦି ଡେମୋକ୍ରାଟିକ ପାର୍ଟି ବାଇଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରେ ତେବେ ଏହାର ଫାଇଦା ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିବ । ତେବେ ଦେଖିବାକୁ ବାକି ରହିଲା କାହାକୁ ମିଳିବ ରାଷ୍ଟ୍ରପତି ଟିକେଟ ? କିଏ ଲଢିବ ନିର୍ବାଚନ ?

Advertisement

Leave a Reply

Your email address will not be published. Required fields are marked *