Pratidin TV

Odisha's Digital News Platform

ବିଗବସ୍ OTT ବିଜେତା ଏଲଭିଶ ଯାଦବ ରେଷ୍ଟୁରାଣ୍ଟରେ ଚାପୁଡ଼ା ମାରିଲେ, ଷ୍ଟେଟମେଣ୍ଟ ରେ କହିଲେ “ମେଁ ଏସା ହିଁ ହୁଁ …”

1 min read

ପୁଣି ମାହୋଲ ଗରମ କରିଛନ୍ତି ଏଲଭିଶ | ହାଇଲାଇଟରେ ପୁଣି ଦେଖିବାକୁ ମିଳିଛି ଏଲଭିଶଙ୍କୁ | ପୁଣିଥରେ ବିବାଦକୁ ଆସିଛନ୍ତି | ଏଲଭିଶଙ୍କର ବିବାଦରେ ଆସିବା ପ୍ରଥମ ଥର ପାଇଁ ନୁହେଁ | ସୋସିଆଲ ମିଡିଆରେ ଏଲଭିଶ ଯାଦବଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏଲଭିଶ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବାର ଦେଖିବାକୁ ମିଳିଥିଲା।ଯାହାପରେ ଭିଡ଼ିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଥିଲା | ଜୟପୁରଏକ ରେଷ୍ଟୁରାଣ୍ଟରେ ହୋଇଥିଲା ଏହି ଘଟଣା |

ସେହି ଭିଡ଼ିଓରେ ଦେଖିବକୁ ମିଳିଥିଲା ଯେ, ରେଷ୍ଟୁରାଣ୍ଟରେ ଏଲଭିଶ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ , ଯେତେବେଳେ ବ୍ୟକ୍ତି ଜଣକ ପଛରୁ ଧକ୍କା ଦେଇଥିଲେ, ସେହି ସମୟରେ ଏଲଭିଶ ଯୁକ୍ତିତର୍କ ପାଇଁ ଫେରିଆସିଥିଲେ | ତେବେ ତାଙ୍କୁ ସେଏଥରରେ ତାଙ୍କ ବନ୍ଧୁମାନେ ଅଟକାଇ ରେଷ୍ଟୁରାଣ୍ଟରୁ ବାହାରକୁ ପଠାଇଦେଇଥିଲେ |

ଯାହା ପରେ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାପରେ ଏଲଭିଶ ମଧ୍ୟ ଏହା ଉପରେ ସ୍ପଷ୍ଟୀକରଣ ଦେଇ ଏକ ଅଡିଓ ଷ୍ଟେଟମେଣ୍ଟ ପ୍ରକାଶ କରିଥିଲେ | ସେ କହିଥିଲେ- ସେହି ବ୍ୟକ୍ତି ମା-ଭଉଣୀଙ୍କୁ ନାଁ ରେ ଗାଳି ଦେଉଥିଲା ଏବଂ ଯଦି କେହି ଏହା କରେ , ମୁଁ ତାଙ୍କୁ ଛାଡିବି ନାହିଁ | ଏହି ଭିଡିଓ ଜୟପୁରରୁ ଆସିଛି | ବ୍ୟକ୍ତିର ଏହି କାର୍ଯ୍ୟକୁ ଏଲଭିଶ ଦେଇଥିବା ପ୍ରତିକ୍ରିୟା ଏଲଭିଶ ସେନା ଦ୍ୱାରା ବହୁତ ପ୍ରଶଂସା କରାଯାଇଥିଲା ଏବଂ ସେମାନେ ମଧ୍ୟ ତାଙ୍କୁ ବହୁତ ପ୍ରଶଂସା କରିଥିଲେ |

ସେ ଆହୁରି ମଧ୍ୟ କହିଥିଲେ , ଆପଣ ଯେମିତି ଦେଖିପାରୁଥିବେ, ଆମ ସହ ପୋଲିସ ଏବଂ କମାଣ୍ଡୋ ଥିଲେ | ଏହାର ମାନେ ନୁହେଁ ଯେ ଆମେ କିଛି ଭୁଲ କରୁଛୁ | ଏହା ମୋର ବ୍ୟକ୍ତିଗତ ଥିଲା | ସେ ମତେ ବ୍ୟକ୍ତିଗତ ଭାବରେ କିଛି କହିଲା, ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ତାକୁ ଚାପୁଡ଼ା ମାରିଥିଲି | ଆଉ ମତେ ଏଇ କଥା ପାଇଁ ଦୁଃଖ ନାହିଁ | ମୁବି ଏମିତି ହିଁ ..| ଏହି ଘଟଣା ପରେ ଏଲଭିଶଙ୍କ ପ୍ରଶଂସକମାନେ ତାଙ୍କୁ ସମର୍ଥନ କରିଥିଲେ |

Leave a Reply

Your email address will not be published. Required fields are marked *