Pratidin TV

Odisha's Digital News Platform

ପରିବାର ସହ ରାମଲଲାଙ୍କୁ ଦର୍ଶନ କଲେ କେଜ୍ରିୱାଲ ଓ ମାନ୍ …

1 min read

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିଛନ୍ତି । କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀ, ମା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ତାଙ୍କ ପରିବାର ଥିଲେ । ଉଭୟ ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ପରିବାର ସଦସ୍ୟଙ୍କ ସହ ପୂର୍ବାହ୍ନରେ ଅଯୋଧ୍ୟାରେ ପହଞ୍ଚିବା ପରେ ରାମଲଲାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସ୍ୱାଗତ କରିଥିଲେ । ରାମଲଲାଙ୍କ ଦିବ୍ୟ ଦର୍ଶନ ପରେ କେଜ୍ରିୱାଲ କହିଛନ୍ତି ଯେ ରାମଲଲାଙ୍କ ଦର୍ଶନ କରି ବେଶ ଶାନ୍ତି ଅନୁଭବ ହେଉଛି । ଏହି ଅନୁଭବକୁ ଭାଷାରେ ବର୍ଣ୍ଣନା କରିହେବ ନାହିଁ । ଅରବିନ୍ଦ କେଜ୍ରିୱାଲଙ୍କ ଅଯୋଧ୍ୟାକୁ ଏହା ହେଉଛି ଦ୍ୱିତୀୟ ଯାତ୍ରା । ସେ ଶେଷ ଥର ପାଇଁ ୨୦୨୧ ରେ ଅଯୋଧ୍ୟା ପରିଦର୍ଶନ କରିଥିଲେ ।

ଜାନୁଆରୀ ୨୨ ତାରିଖରେ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗରୁ ଦେଶ ଓ ବିଦେଶରୁ ପ୍ରାୟ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଅଂଶଗ୍ରହଣ କରିଥିଲେ । ତେବେ କେଜ୍ରିୱାଲଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିବା ଅଭିଯୋଗ ହୋଇଥିଲା । ନିଜେ କେଜ୍ରିୱାଲ କହିଥିଲେ, ତାଙ୍କୁ କେବଳ ଜଣେ ସହଯୋଗୀଙ୍କ ସହ ଅଯୋଧ୍ୟା ଆସିବା ପାଇଁ ଔନପଚାରିକ ଭାବେ ସୂଚନା ମିଳିଥିଲା । ହେଲେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପରବର୍ତ୍ତୀ ସମୟରେ କୌଣସି ବିଧିବଦ୍ଧ ନିମନ୍ତ୍ରଣ କରାଯାଇନଥିଲା । ହେଲେ ତାଙ୍କ ପରିବାର ରାମଲଲାଙ୍କ ଦର୍ଶନ କରିବା ପାଇଁ ବେଶ ଉତ୍ସାହିତ ଥିଲେ । ତେଣୁ ମନ୍ଦିର ପ୍ରତିଷ୍ଠା ପରେ ସପରିବାର ରାମଲଲାଙ୍କର ଦର୍ଶନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *