Pratidin TV

Odisha's Digital News Platform

ଫିଲ୍ମ ନୁହେଁ ସତ : ରୋଗୀକୁ ବାଇକ୍ ରେ ବସାଇ ହସ୍ପିଟାଲରେ ପସିଲେ ଯୁବକ …

1 min read

ସତ ହୋଇଗଲା ପିଲ୍ମ କାହାଣୀ । ରିଏଲ ଲାଇଫ୍ ରେ ଘଟିଲା ରିଲ୍ ଷ୍ଟୋରୀ । ବଲିଉଡର ଅମୀର ଖାନଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଚଲଚ୍ଚିତ୍ର ‘ ଥ୍ରୀଇଡିଏଟ୍‌ସ’ ଭାରତୀୟ ଦର୍ଶକଙ୍କ ପ୍ରଥମ ପସନ୍ଦ । ଆଉ ସେଥିରେ ସବୁ ଦୃଶ୍ୟ ବେଶ୍ ଲୋକପ୍ରିୟ ଥିଲା । ତେବେ ତାହାରି ମଧ୍ୟରୁ ଅମୀର ଖାନ୍ ସ୍କୁଟିରେ ବସେଇ ରୋଗୀକୁ ମେଡିକାଲ ନେଇଥିଲେ । କେବଳ ନେଇନଥିଲେ ସ୍କୁଟିକୁ ନେଇ ସିଧା ମେଡିକାଲ ଭିତରେ ଏମର୍ଜନ୍ସି ୱାର୍ଡରେ ପସି ଯାଇଥିଲେ । ତେବେ ଏହି ଘଟଣା ବାସ୍ତବରେ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ହସ୍ପିଟାଲରେ ଥିବା ଲୋକଙ୍କର ହୋସ୍ ଉଡିଯାଇଛି ।

ମଧ୍ୟପ୍ରଦେଶ ସତନାର ସରଦାର ବଲ୍ଲଭ ଭାଇ ପଟେଲ ଜିଲ୍ଲା ହସ୍ପଟାଲରେ ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନାନୁସାରେ ଗତକାଲି ବିଲମ୍ବିତ ରାତିରେ ନୀରଜଙ୍କ ଜେଜେଙ୍କ ଦେହ ହଠାତ୍ ଖରାପ ହୋଇଯାଇଥିଲା । ବଳମ୍ବିତ ରାତିରେ ଗାଡି ମଟର କିଛି ବି ମିଳିନଥିଲା । ହଠାତ୍ କଣ କରିବେ କଣ ନାହିଁ କିଛି ଭାବି ପାରିନଥିଲେ । ସେପଟେ ଜେଜେଙ୍କର ଦେହ ମଧ୍ୟ ଖରାପ ହେବାରେ ଲାଗିଥିଲା । ଶେଷରେ ବାଧ୍ୟ ହୋଇ ନୀରଜ ତାଙ୍କୁ ବାଇକ୍ ରେ ବସାଇ ମେଡିକାଲ ଆଣିଥିଲେ । ହେଲେ ନୀରଜ ହସ୍ପିଟାଲ ବାଇକ୍ ରଖିନଥିଲା । ସିଧା ହସ୍ପିଟାଲ ଭିତରକୁ ପସିଥିଲେ ।

Advertisement

ବାହାରେ ଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ କାହାରି କଥା ନ ଶୁଣି ରୋଗୀଙ୍କୁ ବାଇକରେ ବସାଇ ଭିତରକୁ ନେଇ ଯାଇଥିଲେ । ଏମିତିକି ଷ୍ଟ୍ରେଚରର ସୁବିଧା ମଧ୍ୟ ନେଇ ନଥିଲେ । ହସ୍ପିଟାଲର ଜରୁରୀକାଳୀନ ୱାର୍ଡର ବେଡ୍ ପାଖକୁ ସିଧା ବାଇକ୍ ପୂରାଇ ଦେଇଥିଲେ । ସେଠାରେ ତାଙ୍କ ଜେଜେଙ୍କୁ ବାଇକରୁ ଓହ୍ଲାଇ ବେଡରେ ଶୁଆଇ ଥିଲେ । ତା’ପରେ ସେ ଯାଇ ବାଇକକୁ ପାର୍କିଂରେ ରଖିଥିଲେ । ତେବେ ନୀରଜଙ୍କ ଏପରି କାର୍ଯ୍ୟକୁ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ହସ୍ପିଟାଲ କର୍ତ୍ତୃପକ୍ଷ ପର୍ଯ୍ୟନ୍ତ ସମସ୍ତେ ନାପସନ୍ଦ କରିଛନ୍ତି । ଏହା ସହ ତାଙ୍କ ନାମରେ ମେଡିକାଲର ନିୟମ ଉଲଂଘନ କରିଥିବାର ଅଭିଯୋଗ ମଧ୍ୟ ହୋଇଛି । ପୁଣି ଥରେ ଏପରି ଭୁଲ୍ ନକରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି ।

Leave a Reply

Your email address will not be published. Required fields are marked *