Pratidin TV

Odisha's Digital News Platform

ସହଯୋଗ କରୁନାହାନ୍ତି ହେମନ୍ତ; ଇଡି ଆଣିଲା ଅଭିଯୋଗ…

1 min read

ପୁଣି ହେମନ୍ତ ସୋରେନଙ୍କ ନାଁ ରେ ଅଭିଯୋଗ ଆଣିଲା ଇଡି | ଇଡି ଅଭିଯୋଗ କରିଛି ଯେ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କୁ ସଠିକ ତାଠୁ ଦେଉନାହାନ୍ତି | ଅର୍ଥ ହେରାଫେରିରେ ମାମଲାରେ ଇଡି ପଚରାଉଚରାରେ ସଠିକ ଭାବରେ ଉତ୍ତର ନ ଦେଇ ସହଯୋଗ କରୁନଥିବା କଥା ଇଡି କହିଛି |

ଜେଏମଏମ ନେତା ମାନେ ମଧ୍ୟ ସେମାନଙ୍କ ଦ୍ୱାରା ଅଧିଗ୍ରହଣ ହୋଇଥିବା ଜମି ବିଷୟରେ ସୂଚନା ଦେବାକୁ ଚାହିଁ ନାହାନ୍ତି | PMLA କୋର୍ଟ ବିଚାରପତି ରାଜୀବ ରଞ୍ଜନଙ୍କ ସମ୍ମୁଖରେ ତଦନ୍ତକାରୀ ସଂସ୍ଥା ସୋରେନଙ୍କୁ ହଜାର କରିଥିଲେ | ଏବଂ ତାଙ୍କ ହେପାଜତକୁ ୩ ଦିନକୁ ବୃଦ୍ଧି କରିଥିଲେ | କୋର୍ଟ ଆଗରେ ଇଡି ବୟାନ ଦେଇଛନ୍ତି ଯେ, ହେମନ୍ତ ସୋରେନ ଏବଂ ତାଙ୍କ ଅଭିଯୁକ୍ତ ଘନିଷ୍ଠ ବନ୍ଧୁ ବିନୋଦ ସିଂଙ୍କ ମଧ୍ୟରେ whatsapp ଚାଟ ହୋଇଥିଲା | ଯେଉଁଥିରେ ତାଙ୍କୁ ବାରାଗାଇ ଅଞ୍ଚଳରେ ୮.୫ ଏକର ଜମିରେ ପ୍ରସ୍ତାବିତ ହଲ ବିଷୟରେ ସୂଚନା ଇଡିକୁ ମିଳିଥିଲା | ହେମନ୍ତ ସୋରେନ ଏହାକୁ ବେଆଇନ ଭାବରେ ଭି ଅକ୍ତିଆର କରିଥିବା ଏବଂ ଏହା ଅସ୍ଥାବର ସମ୍ପତି ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଥିଲା |

Advertisement

ଇଡି କୋର୍ଟରୁ 4 ଦିନିଆ ରିମାଣ୍ଡରେ ମାଗିଥିଲେ | ଏବଂ ଆଫିଡେଭିଟରେ କହିଛନ୍ତି ଯେ, ହେମନ୍ତ ସୋରେନ ତଦନ୍ତରେ ସହଯୋଗ କରୁନାହାନ୍ତି | ଏବଂ ତାଙ୍କ ନିକଟତର ସମ୍ପର୍କୀୟ ଦ୍ୱାରା ପ୍ରପାତ ହୋଇଥିବା ସମ୍ପତି ବିଷୟରେ ମଧ୍ୟ କୌଣସି ତଥ୍ୟ ପ୍ରକାଶ କରୁନାହାନ୍ତି |

Leave a Reply

Your email address will not be published. Required fields are marked *