Pratidin TV

Odisha's Digital News Platform

୧ ଟଙ୍କାରେ ECG ଏବଂ ନେବୁଲାଇଜର ସେବା ଯୋଗାଉଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନି ।

1 min read

ସମ୍ବଲପୁର ; ଗରିବ ଅସହାୟ ରୋଗୀଙ୍କ ସେବା ପାଇଁ ପୁଣି ଥରେ ନିଜ ଅଭିନବ ପ୍ରୟାସ ପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଭୀମସାର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନି । ପ୍ରଥମେ ଏକ ଟଙ୍କିକିଆ କ୍ଳିନିକ,ଟଙ୍କାକିଆ ମେଡ଼ିସିନ ଓ ନିଜ କାରକୁ ମଧ୍ୟ ଅସହାୟ ଗରିବ ରୋଗୀ ଲୋକଙ୍କ ସେବା ପାଇଁ ଆମ୍ବୁଲାନ୍ସ କରିବା ପରେ ଏବେ ନିଜ ଏକ ଟଙ୍କାକିଆ କ୍ଳିନିକର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଆରମ୍ଭ କରିଛନ୍ତି । ମାତ୍ର ଏକ ଟଙ୍କାରେ କରାଇ ଦେଉଛନ୍ତି ଇସିଜି ପରୀକ୍ଷା ଓ ନେବୁଲାଇଜର ପରୀକ୍ଷା । ସାଧାରଣରେ ବାହାରେ ଦୃଦରୋଗୀଙ୍କ ପାଇଁ ଇସିଜି ପରୀକ୍ଷା କରିବାକୁ ହେଲେ ୫୦୦ ଟଙ୍କା ଦେବାକୁ ପଡିଥାଏ । ଏହାସହ ଶ୍ଵାସ ରୋଗୀଙ୍କ ପାଇଁ ମଧ୍ୟ ନେବୁଲାଇଜର ପରୀକ୍ଷା ପାଇଁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ ।

ତେବେ ଗରିବ ରୋଗୀଙ୍କ ପାଇଁ କିଛି ସୁବିଧା କରିବାକୁ ଚିନ୍ତା କରି ନିଜ ଏକ ଟଙ୍କିଆ କ୍ଳିନିକ ପ୍ରତିଷ୍ଠାର ବାର୍ଷିକ ଉତ୍ସବ ପୂର୍ତ୍ତି ଅବସରରେ ଆଜି ନିଜ କ୍ଳିନିକ ରେ ସବୁ ଶୁଭେଚ୍ଛୁ ତଥା ରୋଗୀମାନଙ୍କ ଗହଣରେ ଏହାକୁ ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି । ଆଜି ଏକ ଟଙ୍କାରେ ଇସିଜି ପରୀକ୍ଷା ଓ ନେବୁଲାଇଜର ପରୀକ୍ଷା କୁ ଜଣେ କୁଷ୍ଠ ରୋଗରରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବୃଦ୍ଧା ମହିଳା ଫିତାକାଟି ଶୁଭାରମ୍ଭ କରିଥିଲେ । ପଣ୍ଡିତଙ୍କ ପୂଜାର୍ଚ୍ଚନା ସହ ସବୁ ଶୁଭେଚ୍ଛୁ ଙ୍କ ଗହଣରେ ଏହି ଆରମ୍ଭ ହୋଇଥିବା ଏକ ଟଙ୍କିଆ ଇସିଜି ଓ ନେବୁଲାଇଜର ପରୀକ୍ଷା ସେବା ଦ୍ୱାରା ଦୃଦରୋଗୀ ଓ ଶ୍ୱାସ ରୋଗୀଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ସାଜିଛି ।

Advertisement

ଅନ୍ୟପକ୍ଷରେ ଭିମସାର ମେଡିକାଲରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ଡାକ୍ତର ଶଙ୍କର ରାମଚନ୍ଦାନି ସବୁ ସମୟରେ ଅସହାୟ ତଥା ଗରିବ ରୋଗୀଙ୍କ ପାଇଁ ଦେବଦୁତ ସାଜି ନିଃସ୍ୱାର୍ଥପର ସେବା କରୁଥିବା ଡାକ୍ତର ଶଙ୍କର ରାମଚନ୍ଦାନି ସବୁ ବେଳେ ଅନ୍ୟ ମାନଙ୍କ ପାଇଁ ସେବାର ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ସତରେ ଏଭଳି ଲୋ ଦେବତୁଲ୍ୟ , ମଣିଷ ରୂପରେ ସ୍ୱୟଂ ଭଗବାନ ।

Leave a Reply

Your email address will not be published. Required fields are marked *