Pratidin TV

Odisha's Digital News Platform

ରାଜ୍ୟସଭା ନିର୍ବାଚନରେ ଲଢ଼ିବେ ସୋନିଆ, କରିବେ ନାମାଙ୍କନ ପତ୍ର ଦାଖଲ

1 min read

ରାଜ୍ୟସଭା ଯିବେ କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧୀ | ଫେବୃଆରୀ ୧୪ ତାରିଖରେ ସେ ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ | କିନ୍ତୁ ଏବେ ଗାନ ମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା | ଲୋକସଭା ନିର୍ବାଚନ ଲଢ଼ିବେନି କି ସୋନିଆ ଗାନ୍ଧୀ ? ରାଜସ୍ଥାନ କିମ୍ବା ହିମାଚଳ ପ୍ରଦେଶରୁ ନିର୍ବାଚନ ପାଇଁ ଲଢ଼ିପାରନ୍ତି | ବର୍ତ୍ତମାନ ସମୟରେ ସେ ରାଇବରେଲୀ ଲୋକସଭା ଆଶ୍ୱସନାରେ ସାଂସଦ ଅଛନ୍ତି ସୋନିଆ | ଶୁଣିବାକୁ ମିଳୁଛି ସୋନିଆଙ୍କ ଏହି ରାଇବରେଲୀ ସିଟ ପ୍ରିୟଙ୍କାଙ୍କ ପାଇଁ ଛାଡ଼ିବେ | ଯଦି ଏପରି ହୁଏ ତାହେଲେ ସୋନିଆ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରି ପ୍ରତକ୍ଷ୍ୟ ରାଜନୀତିରୁ ଦୂରେଇ ରହିବେ ।

ରାୟବରେଲୀ ହେଉଛି କଂଗ୍ରେସ ଓ ଗାନ୍ଧି ପରିବାରର ଗଡ଼ । ୧୯୫୨ରେ ଫିରୋଜ ଗାନ୍ଧି, ତାଙ୍କ ପରେ ଇନ୍ଦିରା ଏବଂ ପରେ ସୋନିଆ ୨୦୦୪ରୁ ଏହାର ପ୍ରତିନିଧିତ୍ୱ କରି ଆସୁଛନ୍ତି । ଯଦି ଏଥର ପ୍ରିୟଙ୍କା ସେଠୁ ଲଢ଼ନ୍ତି ତାହେଲେ ଏହା ହେବ ତାଙ୍କ ପାଇଁ ପ୍ରଥମ ନିର୍ବାଚନ । କିଛି ଦିନ ତଳେ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି ବଡ଼ ଖୁଲାସା କରିଥିଲେ । ରେବନ୍ତ କହିଥିଲେ, ଆସନ୍ତା ନିର୍ବାଚନରେ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବେ ।ପ୍ରେସମିଟ୍‌ ଯୋଗେ ରେବନ୍ତ ରେଡ୍ଡୀ କହିଥିଲେ ସୋନିଆ ଗାନ୍ଧି ତେଲେଙ୍ଗାନାରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ପ୍ରିୟଙ୍କା ଗାନ୍ଧି ରାୟବରେଲିରୁ ନିର୍ବାଚନ ଲଢ଼ିବେ|ହେଲେ ରେବନ୍ତ ରେଡିଙ୍କ ଏହି ବଡ଼ ବୟାନ ପରେ ମଧ୍ୟ ସୋନିଆଙ୍କ ୨୦୨୪ ନିର୍ବାଚନ ଲଢ଼ିବା ସ୍ପଷ୍ଟ ହୋଇପାରୁନାହିଁ ।

Advertisement

Leave a Reply

Your email address will not be published. Required fields are marked *