Pratidin TV

Odisha's Digital News Platform

ଅଲ୍‌ଜିରା ସାମ୍ବାଦିକଙ୍କ ବିରୋଧରେ ଗୁରୁତର ଅଭିଯୋଗ , ଦିନରେ ସାମ୍ବାଦିକ ରାତିରେ ପାଲଟନ୍ତି ଆତଙ୍କବାଦୀ …

1 min read

ଦିନରେ ବୁମ୍ ଧରି ଖବର ସଂଗ୍ରହ କରୁଥିଲେ । ରାତିରେ ପାଲଟି ଯାଉଥଲେ ଭୟଙ୍କର ଆତଙ୍କବାଦୀ । ଦିନରେ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥା ଲାଗି କାର୍ଯ୍ୟକରୁଥିଲେ । ଆଉ ରାତିରେ ଇସ୍ରାଏଲ ବିରୋଧରେ ହମାସ ଆତଙ୍କୀ ହୋଇ ଯଦ୍ଧ ଲଢୁଥିଲେ । ଇସ୍ରାଏଲ ଡିଫେନ୍ସ ଫୋର୍ସ କାତାରର ଏକ ପ୍ରମୁଖ ଗଣମାଧ୍ୟମ ଜଣେ ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଛି । ଗାଜାରେ ରିପୋର୍ଟିଂ କରୁଥିବା ସାମ୍ବାଦିକ ମହମ୍ମଦ ୱାସାଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛି ଇସ୍ରାଏଲ ସେନା । ସାମ୍ବାଦିକଙ୍କ ଫଟୋ ଜାରି କରି ଇସ୍ରାଏଲ ସେନା ପକ୍ଷରୁ ଏହି ଦାବି କରାଯାଇଛି ।

ସାମ୍ବାଦିକ ମହମ୍ମଦ ୱାସା ଆତଙ୍କୀ ସଂଗଠନ ହମାସର ଜଣେ ସିନିୟର କମାଣ୍ଡର ବୋଲି କହିଛି ଇସ୍ରାଏଲ ସେନା । କିଛି ଦିନ ତଳେ ଗାଜାରେ ଏକ ଅପରେସନ ସମୟରେ ମହମ୍ମଦ ୱାସାର ଲାପଟପ ଜବତ କରାଯାଇଥିଲା । ଲାପଟପରୁ ଅନେକ ଫଟୋ ମଧ୍ୟ ମିଳିଥିଲା । ଏହି ସମସ୍ତ ଫଟୋକୁ ଆଧାର କରି ସାମ୍ବାଦିକ ମହମ୍ମଦ ୱାସା ହମାସ ଆର୍ମି ୱିଂଙ୍ଗର ଜଣେ ସିନିୟର କମାଣ୍ଡର ବୋଲି ଜଣାପଡିଛି । ଅନେକ ଥର ଯୁଦ୍ଧରେ ମଧ୍ୟ ସାମିଲ ହୋଇଥିବା ନେଇ ମଧ୍ୟ ତଥ୍ୟ ମିଳିଥିଲା । ଏକ ଲାପଟପରୁ ସାମ୍ବାଦିକଙ୍କ ବିରୋଧରେ ଏହି ସମସ୍ତ ପ୍ରମାଣ ମିଳିଛି ବୋଲି କହିଛି ଇସ୍ରାଏଲ ସେନା । ୱାଶାହା ଗାଜାର ଜଣେ ବାସିନ୍ଦା ହୋଇଥିବା ବେଳେ କିଛିମାସ ତଳେ ସେ ଅଲ୍‌ଜିରାରେ ଯୋଗଦେଇଥିଲେ । ତେବେ ଅଲ୍‌ଜିରା ସାମ୍ବାଦିକଙ୍କ ବିରୋଧରେ ଆଇଡିଏଫର ଏହା ପ୍ରଥମ ଅଭିଯୋଗ ନୁହେଁ । ଏହା ପୂର୍ବରୁ ମଧ୍ୟ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛି ।

Advertisement

Leave a Reply

Your email address will not be published. Required fields are marked *