Pratidin TV

Odisha's Digital News Platform

ନସିଂ ଛାତ୍ରୀଙ୍କ ହତ୍ୟା ରହସ୍ୟ : ମୃତ୍ୟୁ ସମୟରେ ବନ୍ଦଥିଲା ସିସିଟିଭି ଫୁଟେଜ

1 min read

ଭୁବନେଶ୍ୱର : ପାରଳାଖେମୁଣ୍ଡିରେ ଘଟିଥିବା ନସିଂ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟକୁ ୬ ଦିନ ବିତିଯାଇଥିଲେ ସୁଦ୍ଧା ମିଳିପାରିନି କିଛି ସୁରାଗ ।ଗତ ୨୭ ତାରିଖରେ କ୍ଲାସରୁମ୍ ରୁ ମିଳିଥିଲା ଛାତ୍ରୀଙ୍କ ମୃତଦେହ । ତେବେ ଘରଲୋକ ଏନେଇ ପୁନଶ୍ଚ ଅଭିଯୋଗ କରିଛନ୍ତି ପୋଲିସ ଆଗରେ । ଯେ ଝିଅକୁ ହତ୍ୟା କରାଯାଇ ନାହିଁ ବରଂ ତାକୁ ମାରି ଟାଙ୍ଗି ଦିଆଯାଇଛି । ପୋଲିସ ତଦନ୍ତ ସମୟରେ କିଛି ସୁରାଗ ପାଇ ନଥିବାବେଳେ ପରିବାର ଲୋକେ ଘଟଣାସ୍ଥଳରୁ ଏସବୁ ନଜର କରି ପ୍ରଶ୍ନ ଉଠାଇଛନ୍ତି ପୋଲିସ୍ ତଦନ୍ତ ଉପରେ । ଝିଅ କଲେଜରେ ମନିଟର ଥିଲା ପିଲାମାନଙ୍କ ସମସ୍ୟା ବୁଝି ତାକୁ ସମାଧାନ କରୁଥିଲା ।ସେ ଏପରି କରିପାରିବନାହିଂ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ବାପାମା ।


ତା ସହ ପରିବାର ଲୋକେ ପୋଲିସ ଆଗରେ ଏଭଳି ବୋହୁ ପ୍ରଶ୍ନ ରଖିଛନ୍ତି ।

Advertisement


୧.ପ୍ରଥମେ ଝିଅ ହଷ୍ଟେଲରୁ କ୍ଲାସରୁମ୍ ଗଲାବେଳେ ସିସିଟିଭି କ୍ୟାମେରା ବନ୍ଦଥିଲା କାହିଁକି ?
୨.ଆମ ଝିଅ ଆତ୍ମହତ୍ୟା କଲାବେଳେ ବ୍ୟବହାର କରିଥିବା ଲୁଗା କାହାର ?
୩.ମୃତଦେହ ଝୁଲୁଥିବା ହୁକ୍ ବହୁ ଉଚ୍ଚରେ ଥିଲା ଝିଅ ସେ ସ୍ଥାନକୁ ଗଲେ କିପରି ?
୪.ଯଦି ସେମୟରେ ଟେବୁଲ କିମ୍ବା ଚ୍ୟାୟାର ସାହାର୍ଯ୍ୟ ନେଇଥିଲା , ସେସବୁ କଲା କୁଆଡେ ?
ଏସବୁ ପ୍ରଶ୍ନକୁ ଶୁଣି ସାରିବା ପରେ ପାରଳାକେମୁଣ୍ଡି ଏସଡିପିଓ ରାମକୃର୍ଷ୍ଣ ପତି ସିସିଟିଭି ଫୁଟେଜକୁ ଯଞ୍ଚ ପାଇଁ ହେଡ୍ ଅଫିସ୍ ପଠାଯିବ ବୋଲି କହିଛନ୍ତି । ଏହାସହ ଶବବ୍ୟାବିଛେଦ ପରେ ସବୁ ସତ୍ୟାସତ୍ୟ ବାହରିପଡିବ ।ତେବେ ପୋଲିସ୍ ନିଜର ପଚରା ଉଚରା ଜାରି ରଖିଛି ବୋଲି କହିଛନ୍ତି ଏସ୍‌ଡିପିଓ ।

Leave a Reply

Your email address will not be published. Required fields are marked *