Pratidin TV

Odisha's Digital News Platform

୧୪ଦିନ ହେଲା ଉପାସରେ ମହାବାହୁ , ମନ୍ଦିରରେ ଝୁଲୁଛି ଦୁଇ ଦୁଇଟି ତାଲା

1 min read

ଖୋର୍ଦ୍ଧା ; ୧୪ଦିନ ହେଲା ଉପାସରେ ମହାବାହୁ , ମନ୍ଦିରରେ ପଡିଛି ଦୁଇ ଦୁଇଟି ତାଲା । ଜଗତର ନାଥ ଜଗନ୍ନାଥଙ୍କୁ ସତେ ଯେମିତି କଳାପାହାଡ଼ ବନ୍ଦୀ କରି ରଖିଛି । ସୂଚନା ମୁତାବକ ଜଟଣୀ ଥାନା ଅନ୍ତର୍ଗତ ବାଛରାପାଟଣା ବୁଣାସାହି ଠାରେ ଥିବା ଜଗନ୍ନାଥ ମନ୍ଦିରକୁ ଆସିଥିବା ୫-ଟି ଅନୁଦାନ ଖର୍ଚ୍ଚକୁ ନେଇ ହୋଚିମିନ ଶାସ୍ତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ତେବେ ଦୀର୍ଘ ୧୪ ଦିନ ହେଲାଣି ନା ଲାଗି ହେଉଛି ଭୋଗ , ନା ହେଉଛି ମହାପ୍ରଭୁଙ୍କ ନୀତିକାନ୍ତି । ଜଗତର ନାଥ ଜଗନ୍ନାଥ କୋଟି ଓଡ଼ିଆଙ୍କ ପିଣ୍ଡ ପ୍ରାଣ ବୋଲାଉଥିବା ମହାପ୍ରଭୁଙ୍କୁ ୨ ଗୋଷ୍ଠୀର ଲୋକେ ତାଲା ପକାଇ ରଖିଛନ୍ତି ବୋଲି ସୂଚନା ମିଳିଛି ଓ ସ୍ଥାନୀୟ ବୁଣା ସାହି ବାସିନ୍ଦା ଓ ଏକ କ୍ଲବ ମଧ୍ୟରେ ମନ୍ଦିର ମାଲିକାନା ଏବଂ ଦାୟିତ୍ୱ ନିର୍ବାହକୁ ନେଇ ଦୀର୍ଘ ଦିନ ଧରି ଉଭୟ ଗୋଷ୍ଠିଙ୍କ ମଧ୍ୟରେ ବିବାଦ ଦେଖା ଚାଲିଥିଲା । ତେବେ ନିକଟରେ ଆସିଥିବା ୫-ଟି ଅନୁଦାନ ଅର୍ଥକୁ ନେଇ ଏଭଳି ବିବାଦ ଉଗ୍ର ରୂପ ଧାରଣ କରିବା ସହ ପ୍ରଭୁ ଜଗନ୍ନାଥଙ୍କୁ ତାଲା ପକାଇ ଦେଇଛନ୍ତି । ମନ୍ଦିର ଉନ୍ନତି ପାଇଁ ୬ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହି ଅନୁଦାନ ଅର୍ଥକୁ ଖର୍ଚ୍ଚ କରିବାକୁ ନେଇ ବୁଣା ସାହିର ବାସିନ୍ଦା ଏବଂ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏପରିକି ବୁଣା ସାହି ଲୋକେ ଜଟଣୀ ଥାନା ଏବଂ ପରେ ଡିସିପି ଭୁବନେଶ୍ୱର ଙ୍କୁ ମଧ୍ୟ ଦେଖା କରି ଅଭିଯୋଗ କରିଛନ୍ତି ।ଏକାଧିକ ଥର ଜଟଣୀ ଥାନାରେ ମଧ୍ୟ ଧାରଣା ଦିଆଯାଇଛି ।

ଉକ୍ତ ମନ୍ଦିରର ବାର୍ଷିକ ଯଜ୍ଞ ଜାନୁଆରୀ ମାସରେ ପଡୁଥିବାରୁ ପୌର ଅଧକ୍ଷ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ଭଦ୍ର ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ସାମୟିକ ଭାବେ ସମାଧାନ ହୋଇ ଗତମାସ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ବାର୍ଷିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ତେବେ ବ୍ୟକ୍ତିଗତ ଭାବରେ ଜଣେ ବ୍ୟକ୍ତି ମନ୍ଦିର ଚାବି ରଖିବା ଓ ମନ୍ଦିର ନୀତିକାନ୍ତି କରୁଥିବାରୁ ଯଜ୍ଞ ସରିବା ପରେ ପୁନର୍ବାର ବିବାଦ ଉପୁଜିଥିଲା ।

ଯେଉଁ ବ୍ୟକ୍ତିଙ୍କ ପାଖରେ ମନ୍ଦିର ଚାବି ରହୁଥିଲା ସେ ଗ୍ରାମବାସୀଙ୍କୁ ଚାବି ନ ଦେଇ ନିଜ ପାଖରେ ରଖିଥିଲେ । ଅନ୍ୟ ଗୋଷ୍ଠୀର ଲୋକ ମାନେ ମନ୍ଦିର ମାଲିକାନା ଏବଂ ପରିଚାଳନା ଦାଇତ୍ବର ସ୍ଥାୟୀ ସମାଧାନ ଦାବିରେ ଚଳିତ ଫେବୃଆରୀ ମାସ ୩ ତାରିଖ ଦିନ ମନ୍ଦିରରେ ଆଉ ଏକ ତାଲା ପକାଇଥିଲେ । ସେବେଠାରୁ ଦୀର୍ଘ ୧୪ ଦିନ ହେଲାଣି ମହାପ୍ରଭୁ ଜଗନ୍ନାଥ ମନ୍ଦିର ଭିତରେ ତାଲା ପଡ଼ି ରହିଛନ୍ତି । ଘଟଣାକୁ ନେଇ ପୌର ଅଧକ୍ଷ ଅନନ୍ତ ବେହେରାଙ୍କୁ ପଚାରିବାରେ କୁହନ୍ତି ଜଟଣୀ ଆଇଆଇସି, ତହସିଲଦାର ଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କୁ ନେଇ ବୈଠକ କରାଯାଇଥିଲା । କିନ୍ତୁ ସେଠାରେ ଥିବା ଆଶା କିରଣ ହୋମ କରିଥିବା ହୋଚିମିନ ଶାସ୍ତ୍ରୀ ପରୋକ୍ଷରେ ରହି ସମାଧାନରେ ରାଜି ନ ହୋଇ ବିବାଦକୁ ଅଧିକ ଉଷୁକାଇ ଥିଲେ । ହୋଚିମିନ ଶାସ୍ତ୍ରୀ ପୂର୍ବରୁ ପୋକ୍ସ ଆକ୍ଟରେ କେଶ ଖାଇ ବେଲ ରେ ଆସି ବହୁ ଅସାମାଜିକ କାର୍ଯ୍ୟ କରିବା ସହ ସେଠାରେ ବହୁ କେଳେଙ୍କାରୀ କରୁଥିବା ଅଭିଯୋଗ ଆସୁଥିବା ନେଇ ପୌର ଅଧକ୍ଷ ଅନନ୍ତ ବେହେରା ଅଭିଯୋଗ ଆଣିଛନ୍ତି । ଖୁବ ଶୀଘ୍ର ପୌର ପରିଷଦ ତରଫରୁ ମନ୍ଦିର ତାଲା ଖୋଲାଯାଇ ଜଗନ୍ନାଥ ଙ୍କ ପୂଜା କରିବାକୁ ପଦକ୍ଷେପ ନିଆଯାଉଛି ।

Leave a Reply

Your email address will not be published. Required fields are marked *