Pratidin TV

Odisha's Digital News Platform

ପ୍ରେମ ଦିବସରେ AI ଲେଖୁଛି ଲଭ୍ ଲେଟ୍‌ର , ମନର ମଣିଷକୁ ହୃଦୟ ର କଥା କହୁଛନ୍ତି ପ୍ରେମିକ ପ୍ରେମିକା …

1 min read

ପ୍ରେମ ଦିବସରେ ଏଆଇ ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲେଖୁଛି ଲଭ୍ ଲେଟ୍‌ର । ଆର୍ଟିଫିସିଆଲଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ଏହାକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଛି ଏକ ନୂଆ ବିତର୍କ । ଏହି ଆର୍ଟିଫିସିଆଲର ଇଣ୍ଟେଲିଜେନ୍ସକୁ ନେଇ ପରୀକ୍ଷା ନିରିକ୍ଷା ବନ୍ଦ କରାନଗଲେ ଭବିଷ୍ୟତରେ ଏହା ମାନବ ସମାଜ ପ୍ରତି ଏକ ବଡ ବିପଦ ଆଣିଦେଇ ପାରେ । ଭବିଷ୍ୟତରେ ଏଆଇ ମଣିଷର ସ୍ଥାନ ନେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ନିକଟରେ ଏଆଇ ସମ୍ବନ୍ଧିତ ଏକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣେ ଯୁବକ ଏଆଇ ଦ୍ୱାରା ନିଜ ପ୍ରେମିକାଙ୍କୁ ଖୋଜି ପାଇଥିଲେ । ସେହିପରି ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି କି, ଭ୍ୟାଲେଣ୍ଟାଇନ ଡେ ରେ ଯୁବପିଢି ଲଭ୍ ଲେଟର ଲେଖିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରୁଛନ୍ତି ।


ସିକ୍ୟୁରିଟି ସଫ୍ଟୱୟାର କରିଥିବା ସର୍ଭେ ଅନୁଯାୟୀ, ଏଥର ଭ୍ୟାଲେଣ୍ଟାଇନ ୱିକ୍‌ରେ ଏଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । କାରଣ ପ୍ରାୟ ୫୬ପ୍ରତିଶତ ଲୋକ ନିଜ ପ୍ରେମୀଙ୍କୁ ଲଭ୍ ଲେଟର ଲେଖିବାକୁ ଏଆଇ ବ୍ୟବହାର କରିଛନ୍ତି । ୨୧ପ୍ରତିଶତ ଲୋକ କହିଛନ୍ତି, ଲଭ୍ ଲେଟର ଲେଖିବାକୁ ସମୟ ନ ଥିବାରୁ ସେମାନେ ଏଆଇର ସାହାଯ୍ୟ ନେଇଛନ୍ତି । ଏହି ରିପୋର୍ଟର ନାଁ ରହିଛି ମଡର୍ଣ୍ଣ ଲଭ୍ । ଏହି ସର୍ଭେରେ ୭ଟି ଦେଶର ୭ହଜାର ଲୋକ ସାମିଲ୍ ହୋଇଥିଲେ । ଏଥିରେ ଜଣାପଡିଥିଲା କି, ପ୍ରାୟ ଏକ ଚର୍ତୁଥାଂଶ ଲୋକ ଳଭ୍ ଲେଟର ଲେଖିବା ପାଇଁ ଓପନଏଆଇର ଚାଟ୍‌ଜିପିଟି, ଗୁଗୁଲ ଜେମିନି ଓ ମାଇକ୍ରୋସଫ୍ଟର ପାଇଲଟ ଟୁଲ୍‌କୁ ବ୍ୟବହାର କରୁଛନ୍ତି । ଏହି ଏଆଇ ଟୁଲ୍ ବ୍ୟବହାର କରି ସେମାନେ ନିଜ ପ୍ରେମିକାଙ୍କ ପାଖରେ ପ୍ରେମ ନିବେଦନ କରୁଛନ୍ତି । ତେବେ ଆର୍ଟିଫିସିଆଲଇଣ୍ଟେଲିଜେନ୍ସ ଏବେ ସବୁ ଅସମ୍ଭବକୁ ସମ୍ଭବ କରିଦେଉଛି ।

Advertisement

Leave a Reply

Your email address will not be published. Required fields are marked *