Pratidin TV

Odisha's Digital News Platform

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସୋନିଆ ଗାନ୍ଧି..

1 min read

ବାଜି ସାରିଲାଣି ରାଜ୍ୟସଭା ନିର୍ବାଚନ ବିଗୁଲ୍ । ଆଉ ସେଥିପାଇଁ ପୁରା ପୁରି ପ୍ରସ୍ତୁତ ହୋଇଗଲେଣି ନେତା । ତେବେ ରାଜ୍ୟସଭା ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।


ରାଜସ୍ଥାନ ବିଧାନସଭା ପରିସରରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ସୋନିଆ ଗାନ୍ଧି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ଥାନରେ କଂଗ୍ରେସରୁ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହେବେ । ସୋନିଆ ଗାନ୍ଧୀ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାସରା ଉପସ୍ଥିତ ରହିଥିଲେ ।

Advertisement

Leave a Reply

Your email address will not be published. Required fields are marked *