Pratidin TV

Odisha's Digital News Platform

ଆରମ୍ଭ ହୋଇଛି CBSE ବୋର୍ଡ ପରୀକ୍ଷା, ଏଥର ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ପରୀକ୍ଷା…….

1 min read

ଆରମ୍ଭ ହୋଇଯାଇଛି CBSE ପରୀକ୍ଷା | କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳନରେ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଯାଇଛି | ସକାଳ ୧୦:୩୦ ରେ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି | ୩୦ ମିନିଟ ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି | ପ୍ରତି ଛାତ୍ରଛାତ୍ରୀ ମାନେ ଆଡମିଟ କାର୍ଡ ଆଣି ଆସିବା ପାଇଁ କୁହାଯାଇଛି | ଯେଉଁ ପରୀକ୍ଷାର୍ଥୀ ଆଡମିଟ କାର୍ଡ ଆଣି ନଥିବେ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ |

ସୂଚନା ମୁତାବକ ପରୀକ୍ଷା ହଲରେ କୌଣସି ପ୍ରକାର ଜଜିନିଷ ନେବାକୁ ଅନୁମତି ନାହିଁ | କେବଳ ପରୀକ୍ଷା ପାଇଁ ଯାହା ପେନ ଆଡମିଟ କାର୍ଡ ଏବଂ ନିଜ ଆଇଡେନଟିଟି କାର୍ଡ ନେବାକୁ ଅନୁମତି ମିଳିଛି | ଏବଂ ପରୀକ୍ଷା ହଲ ଭିତରେ ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ କୌଣସି ଜିନିଷ ଦେବା ନେବା କରିପାରିବେ ନାହିଁ | ଛାତ୍ରଛାତ୍ରୀମାନେ କୌଣସି ପ୍ରକାର ବୈଦ୍ୟୁତିକ ସାମଗ୍ରୀ ପରୀକ୍ଷା ହଲକୁ ଆଣିପାରିବେ ନାହିଁ | ୧୦ମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୩ ରେ ସରୁଥିବା ବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ ରେ ସରିବ | ଚଳିତ ବର୍ଷ ଭାରତ ଏବଂ ୨୬ଟି ଦେଶରୁ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି |

Advertisement

Leave a Reply

Your email address will not be published. Required fields are marked *