Pratidin TV

Odisha's Digital News Platform

ପତ୍ନୀଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଲେ ମହାଭାରତ ଶ୍ରୀକୃଷ୍ଣ ,IAS ସ୍ତ୍ରୀ ଦେଉଛନ୍ତି ନିର୍ଯାତନା

1 min read

ମହାଭାରତ’ର ଶ୍ରୀକୃଷ୍ଣ ନିତିଶ ଭରଦ୍ବାଜ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖବରକୁ ଆସିଯାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଭିନେତା ତାଙ୍କ ଆଇଏଏସ ପତ୍ନୀ ସସ୍ମିତା ଭରଦ୍ବାଜଙ୍କ ବିରୋଧରେ ଭୋପାଲ ଥାନାରେ ଅଭିଯୋଗ କରିଛନ୍ତି । ଏଥିରେ ତାଙ୍କୁ ପତ୍ନୀ ମାନସିକ ନିର୍ଯାତନା ଦେଉଥୁବାର ସେ ଅଭିଯୋଗ କରିଛନ୍ତି।

ନିତିଶ ଭରଦ୍ବାଜ ଗତ କିଛି ସମୟ ହେଲା ତାଙ୍କ ପତ୍ନୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ଥିଲେ। ଅନେକ ଚେଷ୍ଟା ସତ୍ତ୍ବେ ସେମାନଙ୍କ ବୈବାହିକ ଜୀବନ ସୁଧୁରି ପାରୁ ନାହିଁ ବରଂ ଏବେ ଭାଙ୍ଗିବା ପରିସ୍ଥିତିକୁ ଆସି ପହଞ୍ଚି ଯାଇଛି। ନିତିଶ ଭରଦ୍ବାଜ ଓ ତାଙ୍କ ପତ୍ନୀ ସ୍ମିତା ଭରଦ୍ବାଜଙ୍କ କେସ୍ ମୁମ୍ବାଇର ଏକ କୋର୍ଟରେ ଚାଲିଛି। ରିପୋର୍ଟ ଅନୁସାରେ ଅଭିନେତା ତାଙ୍କ ପତ୍ନୀଙ୍କ ବ୍ୟବହାରରେ ଉଭୟ ମାନସିକ ଓ ଶାରୀରିକ ପ୍ରତାଡିତ ହେଉଛନ୍ତି । ତାଙ୍କ ପତ୍ନୀ ଏବେ ଅଭିନେତାଙ୍କୁ ତାଙ୍କ ଦୁଇ ଝିଅଙ୍କ ସହ ମଧ୍ୟ ମିଶାଇ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।

Advertisement

ନିତିଶ ଯେପରି ତାଙ୍କ ଝିଅମାନଙ୍କୁ ଭେଟି ନ ପାରନ୍ତି ସେଥ୍ ପାଇଁ ପତ୍ନୀ ସେମାନଙ୍କ ସ୍କୁଲ ବଦଳାଇ ଦେଉଛନ୍ତି । ଝିଅମାନଙ୍କୁ ଭେଟି ପାରୁନଥିବାରୁ ତଥା ପତ୍ନୀଙ୍କ କୃର ବ୍ୟବହାରରେ ଅତିଷ୍ଠ ନିତିଶ ଶେଷରେ ଭୋପାଲ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *