Pratidin TV

Odisha's Digital News Platform

ହାଇକୋର୍ଟରେ ବୋମା ଲଗାଇ ଉଡ଼ାଇଦେବାକୁ ଧମକ ..

1 min read

ହାଇକୋର୍ଟ ଭିତରେ ଫୁଟିବ ବୋମା । ଉଡାଇଦେବୁ ହାଇକୋର୍ଟ । ଏହା ସବୁଠାରୁ ବଡ ବିସ୍ଫୋରଣ ହେବ । ସବୁ ମନ୍ତ୍ରୀ ମାନଙ୍କୁ ତା ସହିତ ଉଡାଇଦେବୁ । ଏ ଖବର ଶୁଣିବା ପରେ ଆକ୍ଟିଭ୍ ମୋଡରେ ପ୍ରଶାସନ ବଢି ଯାଇଛି ହାଇକୋର୍ଟ ପରିସରର ସୁରକ୍ଷା । ଏଭଳି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି ।

ଏହି ଧମକପୂର୍ଣ୍ଣ ମେସେଜ୍ ଇମେଲ ଜରିଆରେ ମିଳିଛି । ବଳବନ୍ତ ଦେଶାଇ ନାମରେ ଏହି ମେସେଜ୍ ଆସିଛି । ଇମେଲରେ ଦର୍ଶାଯାଇଛି ଯେ, ଏହି ଧମକ ଗୁରୁବାର ପାଇଁ । ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇ ଦିଆଯିବ । ଏହା ଦିଲ୍ଲୀର ସବୁଠାରୁ ବଡ଼ ବିସ୍ଫୋରଣ ହେବ । ଯଥାସମ୍ଭବ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରନ୍ତୁ, ସମସ୍ତ ମନ୍ତ୍ରୀଙ୍କୁ ମଧ୍ୟ ଡାକନ୍ତୁ । ସମସ୍ତଙ୍କୁ ଏକାଠି ଉଡାଇ ଦିଆଯିବ ।” ଏହି ଧମକପୂର୍ଣ୍ଣ ମେସେଜ ଆସିବା ପରେ ପୋଲିସ୍ ପ୍ରଶାସନ ଇମେଲକୁ ଆଧାର କରି ତଦନ୍ତ ଆରମ୍ଭ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରିଛି । ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦିଲ୍ଲୀ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ ଏନେଇ ଇମେଲ ପାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *