ଆଖିବୁଜିଲେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି ।
1 min readଆଉ ନାହାନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ଏନେଇ ପୁରା ପରିବାରରେ ଶୋକର ଛାୟା ।
ଦୀର୍ଘଦିନ ହେବ ଅନୁଭବଙ୍କ ବାପା ଅସୁସ୍ଥ ଥିଲେ । ସେ ପାରାଲିସିସ୍ର ଶୀକାର ହେବା ସହିତ କିଛି ଦିନ ତଳେ ଅନୁଭବ ନିଜେ ବାପାଙ୍କ ସର୍ଜରୀ ପାଇଁ ରାଜ୍ୟ ବାହାରକୁ ଯାଇଥିଲେ । ଆଉ ଅପରେସନ୍ ମଧ୍ୟ ସଫଳ ହୋଇଥିଲା ଯାହାର ପ୍ରତିକ୍ରିୟା ଅନୁଭବ ଗଣମାଧ୍ୟମ ଆଗରେ ରଖିଥିଲେ ।
କିନ୍ତୁ ହଠାତ୍ ଆଜି ତାଙ୍କର ଦେହାନ୍ତ ହୋଇଥିବା ଖବର ସାରା ଓଡିଶାରେ ଚହଳ ପକାଇ ଦେଇଛି ।