Pratidin TV

Odisha's Digital News Platform

ବିଦେଶରେ ପହଞ୍ଚିଲା ଦେଶୀ ୟୁପିଆଇ,ସାତଟି ଦେଶରେ ହେଲା ପ୍ରଚଳନ ..

1 min read

ଡିଜିଟାଲ୍ କାରବାର କ୍ଷେତ୍ରରେ ବିଶ୍ୱ ଦରବାରରେ ଭାରତକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ଦେଶୀ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଏବେ ବିଦେଶରେ ବେଶ ଲୋକପ୍ରିୟ ହେବାରେ ଲାଗିଛି । ବହୁ ଦେଶ ଏହାକୁ ସୀମାପାର କାରବାର ଲାଗି ଗ୍ରହଣ କରୁଛନ୍ତି । ବିଦେଶ ମାଟିରେ ବି ଲୋକପ୍ରିୟତା ସାଉଁଟୁଛି ୟୁପିଆଇ । ତେବେ ଭାରତର ୟୁପିଆଇ ସାତଟି ଦେଶରେ କାର୍ଯ୍ୟ କରୁଛି । ସୋଶିଆଲ ମିଡିଆରେ ଭାରତ ସରକାର ଦ୍ୱାରା ବିଶ୍ୱର ଏକ ମାନଚିତ୍ର ସେୟାର କରାଯାଇଛି । ଯେଉଁଥିରେ ସେହି ଦେଶ ଗୁଡିକ ହାଇଲାଇଟ୍ କରାଯାଇଛି ଯେଉଁଠି ବର୍ତ୍ତମାନ UPIର ବ୍ୟବହାର କରାଯାଉଛି ।

ନିକଟରେ ଶ୍ରୀଲଙ୍କା ଏବଂ ମରିସସରେ ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମ UPI ଲଞ୍ଚ କରାଯାଇଛି । ଯାହା ପରେ ଭାରତ ସରକାର ବିଶ୍ୱର ସେହି ସବୁ ଦେଶର ତାଲିକା ବାହାର କରିଛନ୍ତି ଯେଉଁଠାରେ ଲୋକମାନେ UPI ବ୍ୟବହାର କରୁଛନ୍ତି । ତେବେ ନଜର ପକାନ୍ତୁ କେଉଁ କେଉଁ ଦେଶରେ ଆଜିକା ତାରିଖରେ UPI ଦ୍ୱାରା ପେମେଣ୍ଟ କରାଯାଉଛି । ଫ୍ରାନ୍ସ, ୟୁଏ. ସିଙ୍ଗାପୁର, ଭୁଟାନ୍ ନେପାଳ, ଶ୍ରୀଲଙ୍କ, ମରିସସ ଏହି ସାତଟି ଦେଶରେ ଭାରତର ୟୁପିଆଇ କାର୍ଯ୍ୟ କରୁଛି । ଏହା ହେଉଛି ଏକ ମୋବାଇଲ୍ ଭିତ୍ତିକ ତ୍ୱରିତ ପେମେଣ୍ଟ ବ୍ୟବସ୍ଥା ଯାହାକୁ ବ୍ୟବହାର କରି ଲୋକମାନେ କ୍ୟୁଆର କୋଡ୍ ସ୍କାନ୍‌, ମୋବାଇଲ୍ ନମ୍ବର ଆଦି ଜରିଆରେ ଆଖିପିଛୁଳାକେ ପେମେଣ୍ଟ କରୁଛନ୍ତି । ଏହି ବ୍ୟବସ୍ଥା ଦିନରାତି ଚବିଶ ଘଣ୍ଟା ଉପଲବ୍ଧ ରହିଛି । ବ୍ୟାଙ୍କ ଖାତା ଓ ଇଣ୍ଟରନେଟ୍ ସଂଯୋଗ ଥିବା ସ୍ମାର୍ଟଫୋନ୍ ଥିଲେ ଯେକେହି ୟୁପିଆଇକୁ ବ୍ୟବହାର କରିପାରିବେ । ଫିଚର ଫୋନ୍ ଗ୍ରାହକମାନଙ୍କ ଲାଗି ମଧ୍ୟ ୟୁପିଆଇ ଲାଇଟ୍ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *