Pratidin TV

Odisha's Digital News Platform

ଆଖି ବୁଜିଲେ ଶହୀଦ ମେଜରଙ୍କ ମାଆ କମଳ କାନ୍ତ ବତ୍ରା

1 min read

ହିମାଚଳ ପ୍ରଦେଶରେ ଦୁଃଖର ଛାୟା ଖେଳିଯାଇଛି | କାର୍ଗିଲ ଯୁଦ୍ଧର ହିରୋ ତଥା କାର୍ଗିଲ ଯୁଦ୍ଧରେ ହୋଇଥିବା କ୍ୟାପଟେନ ସହିଦ ବିକ୍ରମ ବତ୍ରାଙ୍କ ମାଆଙ୍କର ଦେହାନ୍ତ ହୋଇଛି | ବିକ୍ରମ ବ୍ରତାଙ୍କ ମାଆ ତଥା ପୂର୍ବତନ ଆମ ଆଦମୀ ପାର୍ଟିର ନେତା କମଳ କାନ୍ତ ବ୍ରତାଙ୍କର ଦେହାନ୍ତ ହୋଇଛି |

ସୂଚନା ଅନୁସାରେ ୭୭ବୟସରେ କମାଲ କାନ୍ତ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଏ ସମ୍ପର୍କରେ ହିମାଚଳ ପ୍ରଦେଶର ସିଏମ ସୁଖବିନ୍ଦର ସିଂ ଶୁଖୁ X ରେ ପୋଷ୍ଟ କରି ଲେଖିଛନ୍ତି, ‘ଶହୀଦ କ୍ୟାପଟେନ ବିକ୍ରମ ବତ୍ରାଙ୍କ ମା ଶ୍ରୀମତୀ କମଳ କାନ୍ତ ବ୍ରତାଙ୍କ ଦେହାନ୍ତ ହେବାର ଦୁଃଖଦ ଖବର ଗ୍ରହଣ କରିଛି | ଆଉ ଏଥିପାଇଁ ବହୁତ ଦୁଃଖିତ |ଓଁ ଶାନ୍ତି! |’

କମଳ କାନ୍ତ ବତ୍ରା ୨୦୧୪ରେ ହିମାଚଳ ପ୍ରଦେଶର ହମିପୁରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ,ଏବଂ ସେ ବିଜେପିର ଅନୁରାଗ ସିଙ୍ଗ ଠାକୁରଙ୍କୁ ହରାଇ ଦଳରେ ଯୋଗ ଦେଇଥିଲେ | ପରେ, ଦଳର ସାଙ୍ଗଠନିକ ଢାଞ୍ଚାରେ ଅସନ୍ତୋଷ ଦର୍ଶାଏ ସେ କିଛି ମାସ ପରେ ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିଲେ |

କମଳ କାନ୍ତ ବତ୍ରାଙ୍କ ୨୪ ପୁଅ ବିକ୍ରମ ବ୍ରତା ୧୯୯୯ ମସିହାରେ ହୋଇଥିବା କାର୍ଗିଲ ଯୁଦ୍ଧ ସମୟରେ ଶହୀଦ ହୋଇଥିଲେ | କ୍ୟାପଟେନ ବତ୍ରାଙ୍କୁ ପରବର୍ତ୍ତୀ ସମୟରେ ବିରତାର ପୁରସ୍କାର ମିଳିବା ସହ ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା | ତାଙ୍କର ବିରବତା ପାଇଁ ତାଙ୍କୁ ବହୁ ନାମରେ ଆଖ୍ୟା କରନ୍ତି ତାଙ୍କର ପ୍ରଶଂସକମାନେ |

Leave a Reply

Your email address will not be published. Required fields are marked *