Pratidin TV

Odisha's Digital News Platform

ଆରବ ମାଟିରେ ପୂଜା ପାଇଲେ ହିନ୍ଦୁ ଧର୍ମର ଦେବା ଦେବୀ ..

1 min read

ବର୍ଷ ବର୍ଷର ପରିଶ୍ରମ ଆଜି ସଫଳ ହୋଇଛି । ଆରବ ମାଟିରେ ପୂଜା ପାଇଲେ ହିନ୍ଦୁ ଧର୍ମର ଦେବାଦେବୀ । ୨୭ଏକର ଜମିରେ ନିର୍ମାଣ ହୋଇଛି ବାପ୍ସ ହିନ୍ଦୁ ମନ୍ଦିର । ସ୍ୱାମୀ ନାରାୟାଣଙ୍କ ସହ ପ୍ରଭୁ ଶ୍ରୀରାମ ଏବଂ ଜଗତର ନାଥ ଜଗନ୍ନାଥ ମନ୍ଦିର ମଧ୍ୟ ନିର୍ମାଣ ହୋଇଛି । ଆରବ ଦେଶରେ ସର୍ବବୃହତ୍ତମ ମନ୍ଦିରକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଏଇ ଏବଂ ଭାରତର ସମ୍ପର୍କର ପ୍ରତୀକ ହେଉଛି ଏହି ମନ୍ଦିର । ପିଏମ ମୋଦିଙ୍କ ପ୍ରଥମ ୟୁଏଇ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ ସରକାର ତାଙ୍କୁ ଏହି ଜାଗା ଉପହାର ସଦୃଶ ଦେଇଥିଲେ । ଆଉ ୨୭ ଏକର ଜମିରେ ନିର୍ମିତ ମନ୍ଦିର ଭାରତୀୟ ସଂସ୍କୃତି ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପରିଚୟର ଏକ ନିଆରା ମିଶ୍ରଣ ଅଟେ । ଯାହା ଭାରତର କୁଟନୈତିକ ବିଜୟର ଏକ ଉଦାହରଣ ।

୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୫ ବର୍ଷ ପରେ ଏହି ମନ୍ଦିରର ନିର୍ମାଣ ଶେଷ ହେବା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦଘାଟନ ମଧ୍ୟ ହୋଇଛି ।ବୈଦିକ ପରମ୍ପରାରେ ପ୍ରଧାନମନ୍ତ୍ରୀ ଏହି ମନ୍ଦିରର ଉଦଘାଟନ କରିବା ସହ ଦର୍ଶନ ଓ ଆଳତୀ ମଧ୍ୟ କରିଥିଲେ । ମନ୍ଦିର ପରିସରରେ ଜଳାର୍ପଣ କରିଥିଲେ । ଏହା ପରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରବାସୀ ଭାରତୀୟ ଶ୍ରଦ୍ଧାଳୁମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମାନବ ସଭ୍ୟତାର ଇତିହାସରେ ସଂଯୁକ୍ତ ଆରବ ଏମିରେଟ୍ସ ଏକ ସୁବର୍ଣ୍ଣ ପୃଷ୍ଠା ଯୋଡିଛି । ଆଜି ବର୍ଷ ବର୍ଷର ପରିଶ୍ରମ ସଫଳ ହୋଇଛି । ବହୁ ପ୍ରତୀକ୍ଷିତ ସ୍ୱପ୍ନ ଆଜି ସାକାର ହୋଇଛି । ଏହା ହେଉଛି ଭଗବାନ ସ୍ୱାମୀ ନାରାୟଣଙ୍କ ଆଶୀର୍ବାଦ । ଆରବ ଏମିରେଟ୍ସରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ପ୍ରଧାମନ୍ତ୍ରୀ କତାର ରାଜଧାନୀ ଦୋହା ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ମଧ୍ୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ ।

Advertisement

Leave a Reply

Your email address will not be published. Required fields are marked *