Pratidin TV

Odisha's Digital News Platform

ରାଜ୍ୟରେ ୭ରୁ ବଢିବ ବର୍ଷା : ଝଡବର୍ଷା ସହ ବହିପାରେ ପବନ

1 min read

ଭୁବନେଶ୍ୱର : ଆଜି ମୌସୁମୀ ସହ ଜଡିତ ନିମ୍ନ ଚାପ ରେଖା ରାଜସ୍ଥାନର ବିକେନାର ରୁ ବାହାରି କୋଟା, ରାଇସେନ, ଛତିଶଗଡ ର ରାଏପୁର ମଧ୍ୟଦେଇ, ପଶ୍ଚିମବଙ୍ଗ ର ଦିଘା ରୁ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ -କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୦.୯ କିମି ଉଚ୍ଚତା ଯାଏଁ ବ୍ୟାପିଥିବାରୁ , ଏନେଇ ଆଜି ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି ।

ତେବେ ୭ ଅଗଷ୍ଟ ରେ ଉତ୍ତର-ପଶ୍ଚିମ ତଟ-ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସକ୍ରିୟ ମୌସୁମୀ ଏବଂ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୬ ରୁ ୧୦ ଯାଏଁ ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହା ପ୍ରଭାବରେ ଝଡବର୍ଷା ସହ ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୫୫ ରହିବ ବୋଲି ପାଣିପାହ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ଏହା ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *