Pratidin TV

Odisha's Digital News Platform

ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ..

1 min read

ଆଜି ପବିତ୍ର ମାଘ ସପ୍ତମୀ । ଚଳଚଞ୍ଚଳ ହୋଇପଡିଛି କୋଣାର୍କ ଓ ଚନ୍ଦ୍ରଭାଗା । ବିଶ୍ୱ ପ୍ରସିଦ୍ଧ କୋଣାର୍କ ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ।ପବିତ୍ର ମାଘ ସପ୍ତମୀ ବୁଡ଼ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଏହି ମାଘ ସପ୍ତମୀ ରେ ନିର୍ଦ୍ଧାରିତ ସମୟ ଅନୁସାରେ ତ୍ରିବେଣୀ ଶ୍ୱର ,ଦକ୍ଷିଣେ ଶ୍ୱର ଓ ଇଶାନେଶ୍ୱର ଙ୍କୁ ସେବାୟକ ମାନେ ସ୍ୱତନ୍ତ୍ର ପ୍ରୋସେସନ ରେ ଆଣି ପବିତ୍ର ପୁଷ୍କରିଣୀ ରେ ପହଞ୍ଚିବା ପରେ ପ୍ରଥମେ ତିନି ଠାକୁର ସ୍ନାନ କରିବା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁସନ୍ଥ ସ୍ନାନ କରିଥିଲେ ।ପରେ ଆସିଥିବା ଲକ୍ଷାଧିକ ଭକ୍ତ ସ୍ନାନ କରିଥିଲେ । ଆଜିର ଦିନରେ ମାଘ ମାସ ସପ୍ତମୀ ପବିତ୍ର ତୀର୍ଥ ପୁଷ୍କରି ରେ ସ୍ନାନ କଲେ କୁଷ୍ଠ ରୋଗ ସହିତ ବିଭିନ୍ନ ପ୍ରକାର ରୋଗ ଭଲ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି ।

ତେବେ ମାଘସପ୍ତମୀ ରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା । ପୌରାଣିକ କଥା ଅନୁସାରେ କୃଷ୍ଣ ଙ୍କ ପୁଅ ଶାମ୍ବ କୃଷ୍ଟ ରୋଗରେ ପୀଡିତ ଥିବା ବେଳେ ଏହି ଚନ୍ଦ୍ରଭାଗା ପୁଷ୍କରିଣୀ ରେ ଆଜିର ତିଥିରେ ସ୍ନାନ କରି ଉଦିତ ସୂର୍ଯ୍ୟ କୁ ଦର୍ଶନ କରିବା ପରେ ରୋଗରୁ ଉଦ୍ଧାର ପାଇଥିଲେ ବୋଲି ବିଶ୍ୱାସ ରହିଆସିଛି । ଆଜିର ଦିନରେ ଓଡିଶା ରାଜ୍ୟ ସହିତ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସି ବୁଡ଼ ପକାଇ ଉଦିତ ସୂର୍ଯ୍ୟ ଦର୍ଶନ କରି ଦୀପ ଜାଳି ପରିବାରର ମଙ୍ଗଳ କାମନା କରିଥିଲେ । ବୁଡ ସାରି ଶ୍ରଦ୍ଧାଳୁ ମାନେ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରି ନବଗ୍ରହ ପୀଠରେ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *