Pratidin TV

Odisha's Digital News Platform

ଏକୁଟିଆ ବିଧବା ମହିଳାଙ୍କୁ ଦେଖି ଖାକିରେ ଆସି କୁକର୍ମ କଲେ ପୋଲିସ କର୍ମୀ

1 min read

ସାମ୍ନାକୁ ଆସିଛି ଗୁଜୁରାଟରେ ହୋଇଥିବା ଏକ ଲଜ୍ୟାଜନକ ଖବର | ଯେଉଁଠାରେ ଏକ ବିଧବା ମହିଳା ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି | ଅଭିଯୋଗ ହେଉଛି ବିଧବା ମହିଳାଙ୍କୁ ୨ ପୋଲିସ କର୍ମଚାରୀ, ଜଣେ ହୋମଗାର୍ଡ ସମେତ ଅନ୍ୟ ଏକ ବ୍ୟକ୍ତି ମିଶେଇ ୪ ଜଣ ମିଶି ଦୁଷ୍କର୍ମ କରିଛନ୍ତି | ଏହି ମାମଲା ଭିଷ୍ମଙ୍କୁ ଆସିବା ପରେ ପୋଲିସ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି |

ପୋଲିସ ସୂଚନା ଅନୁସାରେ, ୨୬-୨୭ ବର୍ଷର ଜଣେ ବିଧବା ମହିଳା ଆଣିଛନ୍ତି ଏପରି ସଙ୍ଗୀନ ଅଭିଯୋଗ |୭ ବର୍ଷ ତଳେ ପରିବାର ବିରୋଧରେ ଯାଇ ବିବାହ କରିଥିଲେ | ଏବଂ ତାଙ୍କର ୩ ଟି ସନ୍ତାନ ମଧ୍ୟ ଅଛନ୍ତି | କିନ୍ତୁ ଭାଗ୍ୟ ଖରାପ ବଶତଃ ଗତ ବର୍ଷ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା | ଏହାପରେ ଘର ଚଳାଇବା ପାଇଁ ବିଧବା ମହିଳା ଜଣକ ଦେଶୀ ମଦ ଦୋକାନ ଚଳାଉଥିଲେ | ତାଙ୍କର ଦେଶୀ ମଦ ଦୋକାନରେ ପୋଲିସ ଚଢ଼ାଉ ମଧ୍ୟ ସାମ୍ନାକୁ ଆସିଥିଲା | ଏହାପରେ ପୋଲିସ କର୍ମଚାରୀ ମାନେ ବିଧବା ମହିଳାଙ୍କୁ ବହୁତ ନିର୍ଯାତନା ଦେଉଥିଲେ | ଏପରି ତାଙ୍କୁ ଧମକାଇ ତାଙ୍କ ମଧ୍ୟ ନେଇଯାଉଥିଲେ | ଏଥିରେ ୨ ପୋଲିସ କର୍ମଚାରୀ, ଜଣେ ହୋମଗାର୍ଡ ସମେତ ଅନ୍ୟ ଏକ ବ୍ୟକ୍ତି ମିଶେଇ ୪ ଜଣ ସାମିଲ ଥିଲେ |ବର୍ଷେ ହେବ ବିଧବା ମହିଳା ଏପରି ଶୋଷଣର ଶିକାର ହେଉଥିଲେ |

ଶେଷରେ ସାହିପାରିନଥିଲେ ବିଧବା ମହିଳା | କରିଦେଇଥିଲେ ଅଭିଯୋଗ | ପୋଲିସ ଅଭିଯୋଗ ଲେଖି ଘଟଣାର ତଦନ୍ତ ଆରମ୍ଭ କରିଥିଲା | ଏବଂ ୪ ଜଣଙ୍କୁ ଗିରଫ କରିଥଲା | ପୋଲିସ ସମସ୍ତଙ୍କୁ ଗିରଫ କରିବା ଆରେ ଜେରା କରିଛି | ପୀଡିତଙ୍କର ବୟାନ ରେକର୍ଡ କରି ଅଭିଯୁକ୍ତମାନଙ୍କ ନାଁ ରେ କାର୍ଯ୍ୟାନୁଷ୍ଠାନ ନେଇଛି | ଏହି ଘଟଣାରେ ଏସପି କହିଥିଲେ ଯେ, ‘ଦୋଷ ଯିଏ କରୁ ତା, ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ , ସେ ଯିଏ ମଧ୍ୟ ହେଉ | ‘

Leave a Reply

Your email address will not be published. Required fields are marked *