Pratidin TV

Odisha's Digital News Platform

ମହିଳା ପୋଲିସ କର୍ମଚାରୀ…ଦୁର୍ଘଟଣାରେ ହରାଇଲେ ଦୃଷ୍ଟିଶକ୍ତି, ପାଇଲେ ୨୦ କୋଟିର କ୍ଷତିପୂରଣ

1 min read

ସିଙ୍ଗାପୁରର ଜଣେ ଭାରତୀୟ ମୂଳ ପୋଲିସ୍ ମହିଳାଙ୍କୁ ୨0୧୬ ମସିହାରେ ସ୍ୱାମୀଙ୍କ ସହ ମୋଟରସାଇକେଲରେ ଯାଉଥିବା ସମୟରେ ଏକ ଟ୍ରାଫିକ୍ ଦୁର୍ଘଟଣା ହୋଇଥିଲା | ଏହି ଦୁର୍ଘଟଣାରେ “ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା ଏବଂ ଏହା ଯୋଗୁଁ ଦୃଷ୍ଟି ଶକ୍ତିହରାଇଥିଲେ” ଯାହା ଫଳରେ ତାଙ୍କୁ SGD ୩.୪ ମିଲିୟନ୍ ଅର୍ଥାତ ୨୦ କୋଟିରୁ ଅଧିକ କ୍ଷତିପୂରଣ ପ୍ରଦାନ କରାଯାଇଛି। ଫେବୃଆରୀ ୧୩ ତାରିଖ ଦିନ ଏହି ମାମଲାର ଶୁଣାଣି ହୋଇଥିଲା |

କୋର୍ଟର ରାୟରୁ ଜଣାପଡିଛି, ୨୦୧୬ ନଭେମ୍ବର ୨ ତାରିଖ ସକାଳେ ଦମ୍ପତିଙ୍କ ଆଗରେ ମୋଟରସାଇକେଲରେ ଯାଉଥିବା ଜସମାନି ହଠାତ୍ ସ୍କିଡ୍ ହୋଇ ବାଇକରୁ ଖସିପଡିଥିଲେ। ତାଙ୍କୁ ଧକ୍କା ଦେବାରୁ ବଞ୍ଚିବା ପାଇଁ ଥେଭାସିଗାମଣି ହଠାତ୍ ବ୍ରେକ୍ କରିଥିଲେ କିନ୍ତୁ ଜସମାନୀଙ୍କ ମୋଟରସାଇକେଲର ପଛପଟୁ ଖସିପଡିଥିଲେ। ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଗୁରୁତର ହୋଇଥିଲେ ତାଙ୍କୁ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଯେଉଁଠାରେ ରାଜିନା ମହିଳା ଜଣକୁ ଅଧିକ ଆଘାତ ଲାଗିଥିଲା | ସେ ଚାରି ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ | ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଫଳରେ କହିବାରେ ଓ ମସ୍ତିସ୍କ ସ୍ଥାୟୀ ଦୁର୍ବଳ ପଡିଯାଇଥିଲା | ଫଳସ୍ୱରୂପ ତାଙ୍କର ଉଭୟ ଆଖିର ଦୃଷ୍ଟିଶକ୍ତି ହରାଇଥିଲେ |

Advertisement

ଏଭଳି ଆହତ ହେବ ଯୋଗୁଁ ମହିଳା ରାଜିନା ତାଙ୍କର ଉପାର୍ଜନ ହରାଇଲେ ବୋଲି ଅଭିଯୋଗ କରି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ପରେ କୋର୍ଟ ତରଫରୁ ରାୟ ଆସିବା ପତ୍ରେ ତାଙ୍କୁ ୨0 କୋଟି ମିଳିବ ବୋଲି ଶୁଣାଣି ହୋଇଥିଲା |

Leave a Reply

Your email address will not be published. Required fields are marked *