Pratidin TV

Odisha's Digital News Platform

ଆଉ ନାହାନ୍ତି ‘ଦଙ୍ଗଲ’ ଫେମ୍ ବବିତା , ୧୯ ବର୍ଷ ବୟସରେ ବୁଜିଦେଲେ ଆଖି ।

1 min read

ମନୋରଞ୍ଜନ ଜଗତରୁ ଏକ ବହୁତ ଖରାପ ଖବର ଆସିଛି। ଆମୀର ଖାନଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘ଦଙ୍ଗଲ’ରେ ସାନ ବବିତା ଫୋଗାଟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟନଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି।

ଏହି ଖବର ସାମ୍ନାକୁ ଆସିବା ପରେ ପୁରା ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ଆଉ ଆମୀର ଖାନ ନିଜେ ଏକଥାକୁ ବିଶ୍ୱାସ କରିପାରିନାହନ୍ତି । ତେବେ ସୁହାନୀ ଦଙ୍ଗଲ ଚଳଚିତ୍ରରେ ଛୋଟ ବବିତା ଭୂମିକାରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ ।

Advertisement

ମିଳିଥିବା ସୂଚନା ଅନୁଯାୟୀ ସୁହାନୀ କିଛି ସମୟ ଅସୁସ୍ଥ ଥିଲେ। ସୁହାନୀ AIMS ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଅନେକ ଚେଷ୍ଟା ସତ୍ତ୍ୱେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ ଏବଂ ସୁହାନୀ ଏହି ଦୁନିଆକୁ ବିଦାୟ ଦେଇଥିଲେ। ସୁହାନୀଙ୍କ ଦେହାନ୍ତରେ ପୁରା ବଲିଉଡ ଦୁଖିତ ଏବଂ ତାଙ୍କ ପ୍ରଶଂସକମାନେ ଗଭୀର ଭାବରେ ଚକିତ ହୋଇଯାଇଛନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ସୁହାନୀଙ୍କର ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *