Pratidin TV

Odisha's Digital News Platform

ପୁଣି ଚର୍ଚ୍ଚାରେ ସୀମା ହାଇଦର , ସୀମୀଙ୍କ ପାକିସ୍ତାନୀ ସ୍ୱାମୀ ପାଇଁ ଲଢିବେ ଭାରତୀୟ ଓକିଲ …

1 min read

ପବଜି ରୁ ପ୍ରେମ ଆଉ ସେ ପ୍ରେମ ପାଇଁ ସ୍ୱାମୀ କୁ ଛାଡି ସଚିନ ପାଖକୁ ଚାଲି ଆସିଥିଲେ ସୀମା । ଆଉ ଏହି ସୀମା ପାର ପ୍ରେମ କାହାଣୀ ସାମ୍ନାକୁ ଆସିବା ପରେ ବେଶ୍ ଚର୍ଚ୍ଚାରେ ରହିଥିଲେ ସୀମା ହାଇଦର । ତେବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସୀମା । ତେବେ ଏଥର ତାଙ୍କ ପ୍ରେମ ଅଥବା ତାଙ୍କର ଦ୍ୱୀତିୟ ସ୍ୱାମୀ ସଚିନକୁ ନେଇ ନୁହେଁ । ବରଂ ତାଙ୍କର ଚାରି ପିଲାଙ୍କୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ପାକିସ୍ତାନରେ ରହୁଥିବା ସୀମାଙ୍କ ପ୍ରଥମ ସ୍ୱାମୀ ନିଜ ଚାରି ପିଲାଙ୍କୁ ଫେରାଇବା ପାଇଁ ଭାରତୀୟ ଓକିଲଙ୍କ ସହିତ କଥା ହୋଇଛନ୍ତି । ଯିଏ ତାଙ୍କ ପିଲା ମାନଙ୍କୁ ପାକିସ୍ତାନ ଫେରାଇ ନେବାରେ ତାଙ୍କ ସହାୟତା କରିବେ ।

ପାକିସ୍ତାନରୁ ଆସିଥିବା ସୀମାଙ୍କର ପୂର୍ବରୁ ପ୍ରଥମ ସ୍ୱାମୀଙ୍କ ଠାରୁ ଚାରି ସନ୍ତାନ ଅଛନ୍ତି । ଏବଂ ଏହାରି ମଧ୍ୟରେ ସଚିନଙ୍କ ପିଲାର ମାଆ ହେବାକୁ ଯାଉଛନ୍ତି ସୀମା । ପାକିସ୍ତାନର ଜଣେ ବରିଷ୍ଠ ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନସାର ବର୍ନି କହିଛନ୍ତି ଯେ ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ତାଙ୍କ ଚାରି ସନ୍ତାନଙ୍କୁ ହେପାଜତରେ ପାକିସ୍ତାନ ଫେରାଇ ଆଣିବା ପାଇଁ ତାଙ୍କ ନିକଟକୁ ଯାଇଥିଲେ । ହେଲେ ଏହି ଘଟଣାରେ ଶ୍ରୀ ବର୍ନି କହିଛନ୍ତି ଯେ, ଧାର୍ଯ୍ୟ ପ୍ରକ୍ରିୟା ପରେ ଆମେ ଜଣେ ଭାରତୀୟ ଓକିଲ ଅଲି ମୋମିନଙ୍କୁ ନିଯୁକ୍ତି ଦେଇଛୁ ଏବଂ ଭାରତୀୟ କୋର୍ଟରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପାୱାର ଅଫ୍ ଆଟର୍ଣ୍ଣି ପଠାଇଛୁ ।

Advertisement


ଗଣମାଧ୍ୟମର ଏକ ସାକ୍ଷାତକାରରେ ସୀମା କହିଥିଲେ ଯେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ଏବଂ ପାକିସ୍ତାନକୁ ଫେରିବାକୁ ଚାହୁଁନାହାନ୍ତି । ସୀମା ଦାବି କରିଛନ୍ତି ଯେ ତାଙ୍କ ପିଲାମାନେ ମଧ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।ଏହି ମାମଲାରେ ଅନସର ବର୍ନି କହିଛନ୍ତି ଗୁଲାମଙ୍କ ପକ୍ଷ ବହୁତ ଶକ୍ତିଶାଳୀ । ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ନାବାଳକ ପିଲାମାନଙ୍କର ଧର୍ମ ପରିବର୍ତ୍ତ ନିଷେଧ । ଏହି କ୍ଷେତ୍ରରେ, ଏହା ଏକ ଓପନ ଆଣ୍ଡ ସଟ ମାମଲା । ଯଦି ସୀମା ଭାରତରେ ରହିବାକୁ ଚାହାଁନ୍ତି ତା’ହେଲେ ସେ କରିବା ଉଚିତ୍ କିନ୍ତୁ ଗୁଲାମଙ୍କ ପିଲାମାନଙ୍କର ହେପାଜତ ପାଇବା ପାଇଁ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି ।

ସେ ତାଙ୍କ ପତ୍ନୀଙ୍କଠାରୁ କିଛି ଦାବି କରୁନାହାଁନ୍ତି ବରଂ କେବଳ ନାବାଳକ ପିଲାମାନଙ୍କୁ ପାକିସ୍ତାନକୁ ଫେରାଇବାକୁ ଚାହୁଁଛନ୍ତି । ଏହି ପ୍ରସଙ୍ଗରେ ସୀମାଙ୍କ ଓକିଲ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ତାଙ୍କ ପାଖକୁ ଆସିନାହିଁ । ଏଯାଏଁ କୌଣସି ଆଇନଗତ ବିଜ୍ଞପ୍ତି ଗ୍ରହଣ କରା ଯାଇନାହିଁ ଯେତେବେଳେ ଏହା ଗ୍ରହଣ କରାଯିବ ସେହି ଅନୁସାରେ ତାହାର ଉତ୍ତର ଦିଆଯିବ ।

Leave a Reply

Your email address will not be published. Required fields are marked *