Pratidin TV

Odisha's Digital News Platform

ୟୁପି ପୋଲିସର ନିଯୁକ୍ତି ପରୀକ୍ଷାରେ ଭାଇରାଲ ହେଲା ସନ୍ନି ଲିଓନ ଆଡମିଟ କାର୍ଡ

1 min read

ୟୁପି ପୋଲିସର ନିଯୁକ୍ତି ପରୀକ୍ଷାକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି।ଘଟଣାଟି ଉତ୍ତରପ୍ରଦେଶ ପୋଲିସ୍ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ସମୟର | ପରୀକ୍ଷାର ପଞ୍ଜିକରଣ ସମୟରେ ଆଡମିଟ୍ କାର୍ଡରେ ଅଭିନେତ୍ରୀ ସନ୍ନି ଲିଓନଙ୍କ ଚିତ୍ର ଦେଖିବାକୁ ମିଳିଥିଲା।

ଆଡମିଟ୍ କାର୍ଡ ଏବଂ “ସନ୍ନି ଲିଓନ୍” ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଡମିଟ୍ କାର୍ଡରେ ପରୀକ୍ଷା ତାରିଖ ୧୭ ଫେବୃଆରୀ ଥିଲା |

Advertisement

ଉତ୍ତର ପ୍ରଦେଶ ପୋଲିସ୍ ନିଯୁକ୍ତି ଏବଂ ପଦୋନ୍ନତି ବୋର୍ଡ (UPPRB) ର ୱେବସାଇଟରେ ସନ୍ନି ଲିଓନଙ୍କ ଫଟୋ ସହିତ ଏହି ପଞ୍ଜୀକରଣ କରାଯାଇଥିଲା। UPPRB ଶନିବାର ଦିନ ରାଜ୍ୟର ୭୫ଟି ଜିଲ୍ଲାର ୨୩୮୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରିଥିଲା।

ଫର୍ମ ଅନୁଯାୟୀ, ଅଭିନେତା ସନ୍ନି ଲିଓନଙ୍କ ପରୀକ୍ଷା କେନ୍ଦ୍ର ଥିଲା କନୋଜର ତିର୍ଭା ତହସିଲରେ ଥିବା ଶ୍ରୀମତି ସୋନେଶ୍ରୀ ମେମୋରିଆଲ ବାଳିକା ମହାବିଦ୍ୟାଳୟ। କନୋଜ ପୋଲିସର ସାଇବର ସେଲ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *