Pratidin TV

Odisha's Digital News Platform

ଜଙ୍ଗଲକୁ ପତ୍ର ପାଇଁ ଯାଇଥିଲେ ସ୍ୱପ୍ନା , ଦେହରେ ବାଜିଲା ଶିକାରୀ ଗୁଳୀ ।

ଭଞ୍ଜନଗର ; ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ବେଡିଗୋବା ଗ୍ରାମରେ ଘଟିଛି ଅଘଟଣ । ଶିକାରୀ ଗୁଳିରେ ମହିଳା ଗୁରୁତର।ସୂଚନା ପ୍ରକାରେ ବେଡ଼ିଗୋବା ଗ୍ରାମର ସ୍ବପ୍ନା ସାହୁ ଓ ତାଙ୍କ ମାଆ ଦୁହେଁ ଗତକାଲି ସନ୍ଧ୍ୟା ରେ ପତ୍ର ତୋଳିବା ପାଇଁ ଜଙ୍ଗଲ କୁ ଯାଇଥିଲେ ଠିକ୍ ପତ୍ର ତୋଳିବା ସମୟରେ ହଠାତ୍ ଗୁଳି ବାଜିଥିଲା ଯାହାରି ଫଳରେ ସ୍ଵପ୍ନା ଗୁରୁତର ହୋଇ ପଡ଼ିଥିଲେ ।

ଏହା ଦେଖି ତାଙ୍କ ମାଆ ଗ୍ରାମକୁ ଆଣିଥିଲେ ଓ କୌଣସି ନେଟୱର୍କ ନଥିବା କାରଣରୁ ଗ୍ରାମର ଏକ ନିର୍ଦ୍ଧିଷ୍ଟ ସ୍ଥାନ କୁ ଆସି ଆଜି ସକାଳ ସମୟରେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରି ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟ ରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ।ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଏପଟେ ଭଞ୍ଜନଗର ପୋଲିସ୍ ଘଟଣାକୁ ଗୁରୁତର ସହ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *