Pratidin TV

Odisha's Digital News Platform

ଆଜି ଉପରାଷ୍ଟ୍ରପତି ଭୋଟ୍ : ଟକ୍କରରେ ଜଗଦୀପ ଦନଖଡ ଓ ମାର୍ଗାରେଟ୍ ଆଲଭା

1 min read

ନୂଆଦିଲ୍ଲୀ : ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବାକୁ ଯାଉଛି । ଏନେଇ ଆଜି ଆରମ୍ଭ ହୋଇଯାଇଛି ନୂତନ ଉପରାଷ୍ଟ୍ରପତି ନିର୍ବାଚନ । ତେବେ ଆଜି ମଇଦାନରେ ଟକ୍କର ଦେବେ ଏନଡିଏର ପ୍ରାର୍ଥୀ ଜଗଦୀପ ଧନଖଡ ଓ ବିରୋଧି ଦଳ ୟୁପିଏର ପାର୍ଥୀ ମାର୍ଗାରେଟ୍ ଆଲଭା । ଆଜି ଦେଶର ୧୬ ତମ ଉପରାଷ୍ଟ୍ରପତି ପଦବୀ ଲାଗି ମତଦାନ କରିବେ ସାଂସଦମାନେ । ସଂସଦ ଭବନରେ ସକାଳ ୧୦ଟାରୁ ସନ୍ଧ୍ୟା ୫ ଟା ଯାଏଁ ଭୋଟିଂ ହେବ । ସଂସଦର ଉଭୟ ଗୃହର ନିର୍ବାଚନ ଓ ମନୋନୀତ ସଦସ୍ୟାଙ୍କୁ ମିଶାଇ ମୋଟ ୭୮୮ ଜଣ ଏହି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ହିଁ ଗଣିତି ଆରମ୍ଭ ହୋଇଯିବ ,ତାପରେ ଫଳାଫଳ ଘୋଷଣା କରାଯିବ ।

ତେବେ ଆଗରୁ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଥିବା ବେଳେ ନିଜର ବୃତିଭିତିରେ ଦୁହେଁ ଆଇନଜୀବି ଅଟନ୍ତି । ସୂଚନା ଅନୁଯାୟୀ ଜଗଦିପଙ୍କ ପ୍ରତି ଅଧିକ ଦଳର ସମର୍ଥନ ଥିବା ବେଳେ, ତାଙ୍କର ଉପରାଷ୍ଟ୍ରପତି ହେବାର ଅଧିକ ଚାନସ୍ ରହୁଛି । ଜବଦୀପ୍‌ଙ୍କୁ ବିଜେପି ସହ ପ୍ରାୟ ୨୦ ଟି ଦଳର ସମର୍ଥନ କରୁଛନ୍ତି । ଭାରତୀୟ ଜନ୍ତା ପାର୍ଟି ସହ ଏକନାତ ସିନ୍ଦେଙ୍କ ଶିବସେନା ,ବିଏସପି,ବିଜେଡି,ଜନତା ଦଳୟୁନାଇଟେଡ୍‌,ଏଆଇଏଡିଏମକେ,ଏଜିପି,ୱାଇଏସଆରଦଳ,ଆରଏଲଜେପି,ଏମ୍‌ଏନ୍‌ଏଫ୍‌,ଏନଏସଏଫ୍‌,ଏସ୍କେଏମ୍‌,ଏନ୍‌ଡିପିପି, ଇତ୍ୟାଦି ଦଳର ସମର୍ଥନ ରହିଛି ଜଗଦୀପଙ୍କୁ ।

Advertisement


ଜଗଦୀପ୍ ଧନଖଡ ୧୯୫୧ ମସିହା ,ମେ ୧୮ ତାରିଖରେ ରାଜସ୍ଥାନ ଝୁନଝୁନୁରେ ଜନ୍ମଗ୍ରହଣ କରିଥିଲେ । ୧୯୮୯ ରେ ସେ ଝୁନଝୁନୁ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।ଏହାପରେ ସେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ସରକାରଙ୍କ ସମୟରେ ଉପମନ୍ତ୍ରୀ ଥିଲେ । ସେହିଭଳି ନରସିଂହ ରାଓ ପିଏମ୍ ହେବାପରେ ଜଗଦୀପ କଂଗ୍ରେସରେ ଯୋଗ ଦେଇଥିଲେ । ୧୯୯୩ରେ ସେ କଂଗ୍ରେସ ଟିକେଟରେ ରାଜସ୍ଥାନ ବିଧାନଇଭାକୁ ନିର୍ବାଚିତ ହୋଇଥିଲେ ।ଏହାପରେ ୨୦୦୩ ରେ ସେ ବିଜେପିରେ ଯୋଗଦେଇ, ପରେ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ କାମ କରିଥିଲେ । ୨୦୧୯ରେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ରାଜ୍ୟପାଳ ଭାବେ ତାଙ୍କର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଭଲ ସର୍ମ୍ପକ ନଥିଲା । ଏହ ସହ ଧନଖଡ ଅନେକ ସମୟରେ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରୁଥିଲେ ।


ସେହିଭଳି ବିରୋଧିଦଳ ପ୍ରାର୍ଥି ମାର୍ଗାରେଟ୍ ଆଲ୍‌ଭା ୧୯୪୨ ମସିହା ଏପ୍ରିଲ ମାସ ୧୪ ତାରିଖରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ ।ସେ କେ ରାଜନୈତିକ ପରିବାରର ସଦସ୍ୟ ଅଟନ୍ତି । ତେବେ ଆଲଳାଙ୍କ ଶାସୁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ କାମ କରିଥିଲେ । ଶାଶୂ ଓ ଶଶୁରଙ୍କ ପ୍ରେରଣାରେ ସେ ୧୯୬୯ ମସିହାରେ ରାଜନୀତିରେ ପାଦ ଥାପିଥିଲେ ।
ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସରେ ସାମିଲ ହୋଇଥିଲେ ଆଲ୍‌ଭା । ତେବେ ଏହାପରେ ସେ କର୍ଣ୍ଣାଟକରେ ଦଳକୁ ମଜବୁତ କରିବା ଦିଗରେ କାମ କରିଥିଲେ । ୧୯୭୪ ମସିହାରେ ସେ କର୍ଣ୍ଣାଟକରୁ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୦,୧୯୮୬ ଏବଂ ୧୯୯୨ ମସିହାରେ ପୁନଃ ନିର୍ବାଚିତ ହୋଇଥିଲେ । ୧୯୯୯ରେ ଉତ୍ତର କାନାରା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ରାଜୀବ ଗାନ୍ଧୀ ଏବଂ ନରସିଂହ ରାଓଙ୍କ ସରକାର ସମୟରେ ଆଲ୍‌ଭା କେନ୍ଦ୍ରମନ୍ତ୍ରି ଥିଲେ । ୨୦୦୯ରେ ତାଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ରାଜସ୍ଥାନ,ଗୁଜୁରାଟ ଓ ଗୋଆର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥି ଆଲ୍‌ଭା ।

Leave a Reply

Your email address will not be published. Required fields are marked *