Pratidin TV

Odisha's Digital News Platform

ବନ୍ଧୁକ ମୁନରେ ଲୁଟିନେଲେ ୭ଲକ୍ଷ ଟଙ୍କାର ଗହଣା

1 min read

ଗହଣା ଦୋକାନୀରେ ହେଲା ଲୁଟ | ବନ୍ଧୁକ ମୁନ ଦେଖାଇ ଲୁଟିନେଲେ ଲୁଟେରା | ଗହଣା ଦୋକାନୀ କହିବାନୁଯାୟୀ, ରାତିରେ ଦୋକାନ ବନ୍ଦ କରି ଘଋକୁ ଫେରିବା ସମୟରେ ଲୁଟ ହୋଇଥିଲା | ଏହା ରାତି ପ୍ରାୟ ୯ଟା ସମୟରେ ଲୁଟ ହୋଇଥିବା କଥା ସୂଚନା ମିଳିଥିଲା | ଖବର ପାଇ ଘଟଣାସ୍ଥଳ ଯାଞ୍ଚ କରିଥିଲା ପୋଲିସ | ତଦନ୍ତ ସମୟରେ ୭ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଥିବା କଥା ଜଣାପଡିଛି |

ସୂଚନା ମୁତାବକ,ଜଳେଶ୍ୱର ଥାନା ପାଟଣା ନୂଆ ଗାଁର ଚନ୍ଦନ ରଣା ପ୍ରତିଦିନ ଭଳି ଆଜି ରାତି ୯ଟା ସମୟରେ ବଳରାମପୁର ଛକ ଠାରେ ଥିବା ନିଜର ଗହଣା ଦୋକାନ ବନ୍ଦ କରି ଏକ ବ୍ୟାଗରେ ସୁନାରୂପ ଗହଣା ଡ଼ିଗିରେ ପୁରାଇ ବାଇକ ଯୋଗେ ଘରକୁ ଯାଉଥିବା ସମୟରେ ନୁଆଁ ଗାଁ ଠାରେ ପଛ ପଟୁ ଏକ ପଲସର ବାଇକରେ ୩ଜଣ ଯୁବକ ଆସି ଚନ୍ଦର ଗାଡି ଅଟକାଇ ଥିଲେ !ସେମାନେ ଚନ୍ଦନର ମୁଣ୍ଡରେ ବନ୍ଧୁକ ଲଗାଇ ଗାଡିର ଡିଗୀ ଭାଙ୍ଗି ସୁନା ରୂପ ଗହଣା ଲୁଟି ନେଇଥିଲେ !ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକରିଥିଲା | ୭ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଥିବା ସୂଚନା ଦେଇଥିଲେ |

Advertisement

Leave a Reply

Your email address will not be published. Required fields are marked *