Pratidin TV

Odisha's Digital News Platform

ରହସ୍ୟମୟ ସଙ୍ଗୀତ , ଏହି ଗୀତ ଶୁଣିଲେ ଚାଲିଯିବ ଜୀବନ …

1 min read

ସଙ୍ଗୀତ କାହାକୁ ବା ପସନ୍ଦ ନୁହେଁ । କାମରୁ ଟିକିଏ ଫୁରସତ୍ ମିଳିଲେ ସମସ୍ତେ ସଙ୍ଗୀତ ଶୁଣିଥାନ୍ତି । ଛୁଆଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ । ସୁମୁଧର ସଙ୍ଗୀତର ଧୁନୁ ମନଭରିଦେଇଥାଏ ଅପୁରନ୍ତ ଶାନ୍ତି ସବୁ କ୍ଲାନ୍ତି ଦୁର କରିଦେଇଥାଏ । ହେଲେ ଏମିତି ଏକ ସଙ୍ଗୀତ ଯାହାକୁ ଶୁଣିଲେ ଚାଲିଯିବ ଜୀବନ । ଆପଣ ଏହା ଶୁଣିଲେ ହୁଏତ ବିଶ୍ୱାସ ନକରି ପାରନ୍ତି , ହେଲେ ଏ କଥା ସମ୍ପୂର୍ଣ୍ଣ ସତ । ଏହି ଗୀତ ଯିଏ ଶୁଣିବ ତାର ଜୀବନ ଚାଲିଯିବ । ଆଉ ଏହି ସଙ୍ଗୀତକୁ ନେଇ ରହିଛି ଏକ ରୋଚକ କାହାଣୀ । ଏହି ଗୀତର ପ୍ରସ୍ତୁତି ଯେତିକି ରୋଚକ ଏହା ପରର କାହାଣୀ ସେତିକି ଭୟଙ୍କର । ତେବେ ଆସନ୍ତୁ ଏହି ଗୀତ ପଛର ସେହି କାହାଣୀକୁ ଜାଣିବା।


ହଙ୍ଗେରୀର ଜଣେ ଗୀତିକାର ରିଜସୋ ସେରେସ୍ । ରିଜସୋ ଏକ ରୋଷ୍ଟୋରାଣ୍ଟ ରେ ପିଆନୋ ବାଦକ ଭାବେ କାମ କରୁଥିଲେ । ସେଠାରେ ମହିଳା ୱେଟରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ହେଲେ ପ୍ରେମିକା ଚାହୁଁଥିଲେ ରିଜସୋ ଏହି କାମ ଛାଡି ଆଉ କିଛି କାମ କରନ୍ତୁ ଯାହାଦ୍ୱାରା ବିବାହ ପରେ ଦୁହିଁଙ୍କ ଜୀବନ ଭଲରେ ଚଳିବ । ହେଲେ ପିଆନୋକୁ ଛାଡିବାକୁ ରାଜିନଥିଲେ ରିଜସୋ । ଏହି ଘଟଣାକୁ ନେଇ ପ୍ରେମିକା ତାଙ୍କ ଠାରୁ ସମ୍ପର୍କ ତୁଟାଇଥିଲେ । ଦୁହିଁଜଣଙ୍କର ସମ୍ପର୍କ ଭାଙ୍ଗିଗଲା ଏହି ଘଟଣାକୁ ନେଇ ରିଜସୋ ବହୁତ୍ ଭାଙ୍ଗିପଡିଥିଲେ । ଦିନେ ନିଜର ସେହି ବିରହ ବେଦନାକୁ କାଗଜ କଲମ ମାଧ୍ୟମରେ ଉତାରି ଦେଇଥିଲେ । ଆଉ ସେଇଠୁ ସୃଷ୍ଟି ହୋଇଥିଲା ଅଧୁରା ପ୍ରେମ କାହାଣୀର ଗୀତ । ଯାହାର ନାଁ ଦେଲେ ‘ଗ୍ଲୁମି ସନଡେ’ । ଏହାକୁ ସଙ୍ଗୀତର ଧୁନ୍ ରେ ସଜେଇବାକୁ ଚେଷ୍ଟା କଲେ । ଏହା ପରେ ଏହାକୁ ଗୀତରେ ସଜାଇବାକୁ ନିର୍ଦ୍ଦେଶକ ଖୋଜିଲେ , ପାଇଲେ ବି ।

Advertisement

ମ୍ୟୁଜିକ୍ କମ୍ପୋଜର ଲାସେଲୋ ଜୋବର ଏହାକୁ ଗୀତରେ ସଜାଇଲେ । ଏହାପରେ ଏହାକୁ ଲୋକାଲୋଚନକୁ ଆଣିବାକୁ ପବ୍ଲିସରଙ୍କ ଖୋଜା ଚାଲିଲା । ଏହାକୁ ଅନେକ ପବ୍ଲିସର ନାପସନ୍ଦ କରିଥିଲେ । ଯେଉଁ ପବ୍ଲିସର ଶୁଣିଲେ ପର ମୂହୂର୍ତ୍ତରେ ତାଙ୍କର ଜୀବନ ଚାଲିଗଲା । ହାରିଯାଇଥିବା ପ୍ରେମର ଦୟନୀୟ କାହାଣୀକୁ ବଖାଣୁଥିବା ଏହି ଗୀତ ୩ ବର୍ଷ ଭିତରେ ପାଖାପାଖି ୨୦୦ ଜୀବନ ନେଲା । ସେହିସମୟରେ ଯିଏବି ଜୀବନ ହାରୁଥିଲା ସେମାନଙ୍କ ରୁମରୁ ଏହି ଗୀତର କିଛି ଲେଖା ମିଳୁଥିଲା ନଚେତ୍ ମୃତକଙ୍କ ରୁମରେ ଗ୍ରାମୋଫୋନରେ ଏହି ଗୀତର ରେକର୍ଡ ବାଜୁଥିବା ମିଳୁଥିଲା । ଏହି ଘଟଣା ପରେ ବି ଏହାର ଲୋକପ୍ରିୟତା ବଢିଗଲା ଏହାକୁ ଏକାଧିକ ଭାଷାରେ କମ୍ପୋଜ କରାଗଲା । ଏହାପରେ ୟୁରୋପିୟ ଦେଶରେ ଅନେକ ମାମଲା ସାମ୍ନାକୁ ଆସିଲା , ଯାହାପରେ ଏହି ଗୀତକୁ ୬୦ ବର୍ଷ ପାଇଁ ବ୍ୟାନ କରିଦିଆଗଲା । ୨୦୦୪ ରେ ଏହାର ପୁନଃପ୍ରସାରଣ କରାଯାଇଥିଲା , ହେଲେ ପୁଣିଥରେ ଏହି ଗୀତ ଉପରେ କଟକଣା ଲଗାଯାଇଛି । ହେଲେ ଆଜି
ପର୍ଯ୍ୟନ୍ତ ଏହି ଗୀତ ପଛର ସେହି ରହସ୍ୟକୁ କେହି ଜାଣି ପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *