Pratidin TV

Odisha's Digital News Platform

ପତ୍ନୀଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’ ଡେଡିକେଟ କଲେ ଜାଡେଜା , କହିଲେ ତାଙ୍କର କଠିନ ପରିଶ୍ରମ ମୋ ପଛରେ ଅଛି …

ଜାଡେଜାଙ୍କ ପରିବାର ରେ ଉଠୁଥିଲା ଝଡ । ଆଉ ଏସବୁର ଦୋଷ ଷ୍ଟାର କ୍ରିକେଟରଙ୍କ ପତ୍ନୀଙ୍କୁ ଦେଇଥିଲେ ବାପା । ହେଲେ ଏସବୁକୁ ଭିତ୍ତି ହୀନ କହି ପତ୍ନୀଙ୍କ ପକ୍ଷ ନେଇଥିଲେ ଜାଡେଜା । ଏବେ ପୁଣି ପତ୍ନୀଙ୍କୁ କରିଛନ୍ତି ମ୍ୟାନ ଅଫଦି ମ୍ୟାଚ ଘୋଷଣା । ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ଦିଆଯାଇଥିଲା । ସେ ଏହି ପୁରସ୍କାର ସ୍ତ୍ରୀ ରିଭାବାଙ୍କୁ ଉତ୍ସର୍ଗ କରିଛନ୍ତି । ଜାଡେଜା ଉଭୟ ବଲ ଏବଂ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ପ୍ରଥମ ଇନିଂସରେ ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ ଏବଂ ପରେ ବୋଲିଂରେ ମୋଟ ୭ ଉଇକେଟ ନେଇଥିଲେ । ଏଥିପାଇଁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପରୁସ୍କାର ମିଳିଥିଲା ।

ହୋମଟାଉନ ହିରୋ ଜାଡେଜା ଦ୍ୱିତୀୟ ଭାରତୀୟ ଭାବେ କୌଣସି ଟେଷ୍ଟରେ ଶତକ ସହ ୫ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି । ତେବେ ଜାଡେଜା ତାଙ୍କ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ତାଙ୍କ ପତ୍ନୀ ରିଭାଭା ଜାଡେଜାଙ୍କୁ ଡେଡିକେଟ କରଛନ୍ତି । ପତ୍ନୀଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରି କହିଛନ୍ତି ‘ବିସିସିଆଇର ଏକ ଭିଡିଓରେ ଜାଡେଜା କହିଛନ୍ତି, ଦ୍ୱିତୀୟ ଇନିଂସରେ ୫ ଉଇକେଟ ନେବା ଏକ ବିଶେଷ ଅନୁଭବ । ଆଉ ଏକ ଟେଷ୍ଟରେ ଶତକ ଓ ୫ ଉଇକେଟ ନେବା ମଧ୍ୟ ସ୍ୱତନ୍ତ୍ର । ଏହା ମୋ ଘର ଗ୍ରାଉଣ୍ଡରେ ମ୍ୟାଚରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ଜିତିବା ଏକ ବିଶେଷ ଅନୁଭୂତି । ମୁଁ ଏହି ପୁରସ୍କାରକୁ ମୋ ସ୍ତ୍ରୀଙ୍କୁ ଉତ୍ସର୍ଗ କରିବାକୁ ଚାହେଁ । ସେ ପରଦା ପଛରେ ମାନସିକ ସ୍ତରରେ କଠିନ ପରିଶ୍ରମ କରନ୍ତି । ସେ ମୋତେ ସବୁବେଳେ ଆତ୍ମବିଶ୍ୱାସ ଦିଅନ୍ତି ।


ନିକଟରେ ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ ଏକ ସାକ୍ଷାତକାରରେ କହିଥିଲେ, ଜାଡେଜା ଉପରେ ରିଭାବା ଯାଦୁ କରିଛନ୍ତି । ମୁଁ ସେମାନଙ୍କଠାରୁ ଅଲଗା ରୁହେ । ଏହା ପରେ ଜାଡେଜା ଏହାକୁ ଭିତ୍ତିହୀନ ବୋଲି ସଫେଇ ଦେଇଥିଲେ । ହୋମଟାଉନ ହିରୋ ଜାଡେଜା ଦ୍ୱିତୀୟ ଭାରତୀୟ ଭାବେ ଟେଷ୍ଟରେ ଶତକ ସହ ୫ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରବି ଅଶ୍ୱିନ ଏକମାତ୍ର ଭାରତୀୟ ଭାବେ ଏପରି ସଫଳତା ପାଇଥିଲେ ।

Leave a Reply

Your email address will not be published. Required fields are marked *