Pratidin TV

Odisha's Digital News Platform

ବିଦ୍ୟାଳୟ ଭିତରକୁ ମୋବାଇଲ୍ ବାରଣ , କଟକଣା ଲଗାଇଲେ ସରକାର ..

1 min read

ସ୍କୁଲ୍ ଭିତରକୁ ମୋବାଇଲ୍ ମନା । କେବଳ ଛାତ୍ର ନୁହନ୍ତି ଶିକ୍ଷକ ମାନଙ୍କୁ ବି ମୋବାଇଲ୍ ମନା । କାରଣ ବିଦ୍ୟାଳୟରେ ମୋବାଇଲ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଦେଶର ସବୁ ବିଦ୍ୟାଳୟ ଉପରେ କଟକଣା ଲଗାଇଛନ୍ତି ସରକାର । ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଟ୍ୱିଟରରେ ଏକ ଭିଡିଓ ସେୟାର କରି ଏହି ଘୋଷଣା କରିଛନ୍ତି । ବ୍ରିଟେନର ସମସ୍ତ ବିଦ୍ୟାଳୟରେ ମୋବାଇଲ୍ ନିଷେଦ୍ଧ କରାଯାଇଛି । ଋଷି ସୁନକ ଏକ ଭିଡିଓ ସେୟାର କରିଛନ୍ତି । ମୋବାଇଲ୍ ଫୋନ୍ କିପରି ଶ୍ରେଣୀଗୃହରେ ସମସ୍ୟା ସୃଷ୍ଟି କରୁଛି ଋଷି ସୁନକ୍ ଭିଡିଓ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସେ ବାରମ୍ବାର କଥାବାର୍ତ୍ତା କରିବାକୁ ଚେଷ୍ଟା କରୁଛନ୍ତି । ଫୋନ୍ ୩ ଥର ବାଜିବା ପରେ ଋଷି ସୁନକ୍ ପକେଟରୁ ଫୋନ୍ ବାହାର କରି ଏହାକୁ ଏକ ପାର୍ଶ୍ୱରେ ରଖି କୁହନ୍ତି ଯେ ଏହା କେତେ ନିରାଶାଜନକ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ଏକ ତୃତୀୟାଂଶ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ କହିଛନ୍ତି ଯେ ଫୋନ୍ ଯୋଗୁଁ ସେମାନଙ୍କ ପାଠପଢାରେ ବ୍ୟାହତ ହୋଇଛି । ଅନେକ ବିଦ୍ୟାଳୟ ସେମାନଙ୍କ ଛାତ୍ରମାନଙ୍କ ପାଇଁ ଏକ ନିରାପଦ ଏବଂ ଉନ୍ନତ ଶିକ୍ଷଣ ପରିବେଶ ସୃଷ୍ଟି କରିବା ପାଇଁ ମୋବାଇଲକୁ ନିଷିଦ୍ଧ କରିସାରିଛନ୍ତି । ବିଦ୍ୟାଳୟରେ ମୋବାଇଲ୍ ନିଷେଧାଦେଶ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *