Pratidin TV

Odisha's Digital News Platform

ବିକ୍ରିହେବ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ଅଳଙ୍କାର , ଅଳଙ୍କାର ନେବାକୁ ଆସିବ ୬ଟି ବାକ୍ସ….

1 min read

ଏବେ ବିକ୍ରିହୋଇଯିବ ଜୟ ଲଳିତାଙ୍କ ଶେଷ ସନ୍ତକ । ଜୟ ଲଳିତା ଙ୍କ ପାଖରେ ଥିବା ସବୁ ଅଳଙ୍କାରକୁ ବିକ୍ରି କରାଯିବ । କୋର୍ଟ ଦେଇଛି ଏପରି ନିର୍ଦ୍ଦେଶ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅବୈଧ ସମ୍ପତ୍ତି ତଥା ସୁନା ଅଳଙ୍କାର ଠୁଳ ମାମଲାରେ କୋର୍ଟର ରାୟ ଆସିଛି । ବେଙ୍ଗାଲୁରୁର ସିଭିଲ ଓ ସେସନ୍ସ କୋର୍ଟ ଏହି ବେଆଇନ ଭାବେ ଅର୍ଜନ ହୋଇଥିବା ଗହଣାକୁ ତାମିଲନାଡୁ ସରକାରକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ ଦିବଂଗତ ଅବିନେତ୍ରୀ ଏବଂ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସୁନାର ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଅଦାଲତର କଷ୍ଟଡିରେ ରହିଛି । ସହରର ୩୬ତମ ସିଟି ସିଭିଲ୍ ଏବଂ ସେସନ୍ସ କୋର୍ଟର ବିଚାରପତି ଆରଟିଆଇ କାର୍ଯ୍ୟକର୍ତ୍ତା ଟି. ନରସିଂହମୂର୍ତ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ । ଏହି ହସ୍ତାନ୍ତର ପ୍ରକ୍ରିୟା ପାଇଁ ୬ ଓ ୭ ମାର୍ଚ୍ଚକୁ ସ୍ଥିର କରିଛନ୍ତି କୋର୍ଟ ସେହି ଦୁଇ ଦିନରେ ଅନ୍ୟ କୌଣସି ମାମଲାର ଶୁଣାଣି ନକରିବାକୁ ବିଚାରପତି ନିଷ୍ପତ୍ତି ନେଇଛନ୍ତି ।

ସେପ୍ଟେମ୍ବର ୨୭, ୨୦୧୪ରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଜୟଲଳିତାଙ୍କୁ ବେଆଇନ ସମ୍ପତ୍ତି ଅଧିଗ୍ରହଣ ମାମଲାରେ ଚାରି ବର୍ଷ ଜେଲ ଓ ୧୦୦ କୋଟି ଟଙ୍କା ଜରିମାନା କରିଥିଲେ । ତେବେ ତାଙ୍କ ଅଳଙ୍କାରକୁ ବିକ୍ରି କରି ଜୟ ଲଲିତାଙ୍କ ଉପରେ ହୋଇଥିବା ୧୦୦ କୋଟି ଟଙ୍କାର ଜୋରିମାନାକୁ ଭରଣା କରାଯିବ । ଜବତ ସାମଗ୍ରୀ ମଧ୍ୟରେ ୭,୦୪୦ ଗ୍ରାମର ୪୬୮ ପ୍ରକାରର ସୁନା ଓ ହୀରା ଆଭୂଷଣ ରହିଛି । ସେହିପରି ୭୦୦ କିଲୋଗ୍ରାମର ରୂପାର ଅଳଙ୍କାର, ୭୪୦ ଯୋଡା ଦାମୀ ଜୋତା, ୧୧୩୪୪ଟି ରେଶମର ଶାଢୀ, ୨୫୦ଟି ଶାଲ, ୧୨ଟି ରେଫ୍ରିଜରେଟର, ୧୦ଟି ଟିଭି ସେଟ୍‌, ୮ଟି ଭିସିଆର, ଗୋଟିଏ ଭିଡିଓ କ୍ୟାମେରା, ୪ଟି ସିଡି ପ୍ଲେୟାର, ୨ଟି ଅଡିଓ ଡେକ୍‌, ୨୪ଟି ଟୁ-ଇନ ୱାନ ଟେପ୍ ରେକର୍ଡର, ୧୦୪୦ଟି ଭିଡିଓ କ୍ୟାସେଟ, ୩ଟି ଲୁହାର ଲକର ଏବଂ ନଗଦ ୧,୯୩,୨୦୨ ଟଙ୍କା ଜୟଲଳିତାଙ୍କ ପାଖରୁ ଜବତ କରାଯାଇଥିଲା । ୨୦୧୪ ରେ ଜୟଲଳିତାଙ୍କ ସହିତ ଶଶୀକଳାଙ୍କୁ ବି ଦଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *