Pratidin TV

Odisha's Digital News Platform

ହୁତୁ ହୁତୁ ହୋଇ ଘରେ ଲାଗିଲା ନିଆଁ ଜଳିଗଲା ମା…..ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲା ପୁଅ

1 min read

ନୂଆଦିଲ୍ଲୀ:ଭୟଙ୍କର ଅଗ୍ନିକାଣ୍ଡ | ମଧ୍ୟପ୍ରଦେଶର ଇନ୍ଦୋରର ଦୁଇ ମହଲା କୋଠାରେ ଥିବା ଏକ ଘରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମୟରେ ଘରେ ମା, ପୁଅ ଥିବାବେଳେ ମାଙ୍କର ମୃତ୍ୟୁ ଘଟିଛି ଏବଂ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି | ଖବର ପାଇ ଅଗ୍ନିଶ୍ରମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକୁ କାବୁ କରିଥିଲା | ଅଧିକାରୀଙ୍କ କହିବାନୁଯାୟୀ, ସେମାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଏହି ଅଗ୍ନିକାଣ୍ଡରେ ଶିକାର ହୋଇଥିବା ମା, ପୁଅ ହେଉଛନ୍ତି , ୪୮ ବର୍ଷିୟ ଅନୀତା ଗୋୟଲ ଓ ୨୫ ବର୍ଷୀୟ ମୟାଙ୍କ ଗୋୟଲ |

ପୋଲିସ ଅଧିକାରୀ କହିଛନ୍ତି ଯେ, ଡାକ୍ତରଖାନାରେ ଚିକିତ୍ସା ସମୟରେ ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ପୁଅର ଚିକିତ୍ସା ଜାରି ରହିଛି। ଅଗ୍ନି ପୀଡିତାର ପଡ଼ୋଶୀମାନେ କହିଛନ୍ତି ଯେ ସେ ପକ୍ଷାଘାତ ରୋଗରେ ପୀଡିତ ଥିବାରୁ ସେ ଠିକ୍ ସମୟରେ ଘରୁ ବାହାରି ପାରିନଥିଲେ ଏବଂ ନିଆଁରେ ପୋଡି ହୋଇଯାଇଥିଲେ।ପୋଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି ବୋଲି କହିଛି ।

Advertisement

ଆହୁରି ମଧ୍ୟ ପୋଲସ ଅଧିକାରୀ କହିଛନ୍ତି, ଯେଉଁଠାରେ ଅଗ୍ନିକାଣ୍ଡ ହୋଇଥିଲା ତାହା ଦୁଇ ମହଲା ଘର ଅଟେ । ଅଗ୍ନିକାଣ୍ଡ ଉପର ମହଲରେ ହୋଇଥିଲା | ତଳ ମହଲାରେ ଦୋକାନ ଭଡାରେ ଦିଆଯାଇଥଲା | ସେ କହିଥିଲେ ଅଗ୍ନିଶ୍ରମ ଟିମ ଫଳରେ ଅଗ୍ନି କାବୁରେ ଆସିଥିଲା | ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡ ହେବାର କାରଣ ସ୍ପଷ୍ଟ ଜଣାପଡ଼ିନି |

Leave a Reply

Your email address will not be published. Required fields are marked *