ଧୋକା ଦୁନିଆରେ ଦେଖିବାକୁ ମିଳିଛି ଶାଶ୍ୱତ ପ୍ରେମ…. ଦିବ୍ୟାଙ୍ଗଙ୍କ ପ୍ରେମ ଆଗରେ ହାରିଗଲା ଜାତି
1 min readପରସ୍ପର ପାଠ ପଢିବା ସମୟରେ ହୋଇଥିଲା ଦେଖାସାକ୍ଷାତ | ସେହି ମାଧ୍ୟମରେ ହୋଇଥିଲା ଭାବ ବିନିମୟର ଆଦାନପ୍ରଦାନ | ମିଶିକି ପଢିଲା ପରେ କରିଥିଲେ ଚାକିରୀ | ବିବାହ ବୟସ ହେବାପରେ ପରସ୍ପର ନିଜ ନିଜ ଘର ପରିବାରଙ୍କୁ ମନ କଥା ଜଣାଇଥିଲେ | କିନ୍ତୁ ଥିଲା ଜାତି ଭିନ୍ନ ତଥାପି ପରିବାର ଲୋକେ କରିନଥିଲେ କୁଣ୍ଠାବୋଧ | ନିଜ ପୁଅଝିଅଙ୍କ ଭଲ ପାଇବାର ସ୍ୱୀକୃତି ପ୍ରଦାନ କଲେ l ଆଜି ସେମାଙ୍କର କବିସୂର୍ଯ୍ୟନଗର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ବିବାହ ସମ୍ପନ୍ନ ହୋଇଛି l ତେବେ ଏହି ଖବରର ମୂଳ କଥା ହେଉଛି କବିସୂର୍ଯ୍ୟନଗର ଏନଏସି 4ନଂ ୱାର୍ଡ ଦୁଆର ସାହିର ଭିକାରି ନାହାକ ଓ ସ୍ତ୍ରୀ ହଇମଦବତୀ ନାହାକଙ୍କ ବଡ଼ପୁଅ କମଳ ଲୋଚନ ନାହାକ, ପିଲାଟି ଦିନରୁ ସେ ମୂକ, ବଧିର l ଏଣୁ ବାପା ପୁଅ କମଳ ଲୋଚନକୁ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ବାଣପୁରରେ ପଢାଇ, ଯୁକ୍ତ ଦୁଇ ପୁରୀ ଜିଲ୍ଲା କଣାସ ନିକଟ ଦିବ୍ୟଙ୍ଗ ସ୍କୁଲରେ ଓ ପରେ ସିନ୍ଦୁରିଆପଡା ଆଇଟିଆଇରେ ଫିଟର ଟ୍ରେଡ଼ ରେ ପାଠ ପଢ଼ାଇଥିଲେ l ଫିଟରରେ ପାସ କରିଵା ପରେ ସେ ହାଇଦ୍ରାବାଦ ରେ ଚାକିରୀ କରିଥିଲେ | ଝିଅ ମଧ୍ୟ ଥିଲା ଦିବ୍ୟାଙ୍ଗ | ପରସ୍ପର ଭଲ ପାଇବା ନିବିଡ ହେବ ଯୋଗୁଁ ହୋଇଥିଲା ସଫଳତା ସମ୍ପର୍କ |
ଦୁହେଁ ଭୁଲି ନ ଥିଲେ ପରସ୍ପର ମଧ୍ୟରେ ଥିବା ପ୍ରେମକୁ, ଶେଷରେ ଦୁହେଁ ଦିବ୍ୟାଙ୍ଗ ଉଭୟ ପରିବାର ସ୍ୱୀକୃତିରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ l ଆଜି ଉଭୟ ପରିବାର ତାଙ୍କ ପିଲା ଦିବ୍ୟାଙ୍ଗ ବୋଲି ସବୁ ଦୁଃଖ ଭୁଲି ଯାଇଛନ୍ତି l ଉଭୟ ଦିବ୍ୟାଙ୍ଗ ବରକନ୍ୟାକୁ ଆଶ୍ରିବାଦ ଦେବାପାଇଁ ଶତାଧିକ ଦିବ୍ୟାଙ୍ଗସାଙ୍ଗସାଥି , ଶୁଭେଛୁ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା l ଏଭଳି ଏକ ନିଆରା ଅନନ୍ୟ ବାହାଘର ଦେଖିବାକୁ ଭିଡ଼ ଜମିଛି l ଦିବ୍ୟାଙ୍ଗ ସାଙ୍ଗସାଥି ସେମାନଙ୍କ ଭାଷାରେ ଠାରରେ ଯାହା କଥା ହୁଅନ୍ତି ତାହା ସାଧାରଣ ଲୋକଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ବୋଲି ଦେଖଣାହାରୀ ମନେକରନ୍ତି |