Pratidin TV

Odisha's Digital News Platform

ଲିଙ୍କ୍ ରୋଡ୍ ସିସିଟିଭିରେ କଏଦ୍ ହେଲା ଯମଦୂତ ! ନେଉଛି ଚାଳକଙ୍କ ଜୀବନ ….

1 min read

କଟକ : କଟକର ଜନ ଗହଳିପୂର୍ଣ୍ଣ ରାସ୍ତାରେ ସିସିଟିଭିରେ କଏଦ ହେଲା ଯମଦୂତ । ଏବେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି କଟକ ରେ ଯମଦୂତ ର ଭିଡ଼ିଓ । କିନ୍ତୁ ତାହା କେତେ ସତ ଆମ ଦର୍ଶକ ବିଚାର କରିବେ । କିଛିଦିନ ତଳେ କଟକ ରିଙ୍ଗରୋଡ ମାତା ମଠ ନିକଟରେ ଏକ ବାଇକ ଧକ୍କା ହୋଇଥିବା ବେଳେ ଏକ ଘରୋଇ ମେଡିକାଲ ର ସିସିଟିଭି ରେ ଏଇ ଦୃଶ୍ୟ କଏଦ ହୋଇଥିବା କୁହାଯାଉଛି । ଏବଂ ଧକ୍କାର କିଛି ମୂହୁର୍ତ୍ତ ଆଗରୁ ଏକ ଛାଇ ଦେଖା ଯାଉଚି ଯାହାକୁ ଆତ୍ମା ବା ଯମଦୂତ ବୋଲି କୁହାଯାଉଛି ।

ତେବେ ଏହା ସତ କିମ୍ବା ମିଛ ଅଥବା କାଳ୍ପନିକ ଭିଡ଼ିଓ ତାହା ଆପଣ ବେଶ୍ ଭଲରେ ଜାଣି ପାରିବେ ଭିଡ଼ିଓଟିକୁ ଦେଖିଲେ । କିନ୍ତୁ ଗାଡି ଧକ୍କାଟି ଅତି ହୃଦୟ ବିଦାରକ ହୋଇଛି । ରାସ୍ତା ଉପରେ ଗାଡି, ଦୋକାନ ଏତେ ପରିମାଣରେ ଅବରୋଧ କରୁଛନ୍ତି ଧକ୍କା ହେବା ସ୍ଵାଭାବିକ ।

Advertisement

ଖାସକରି ମାତାମଠ ଛକ ରୁ ଯୋବ୍ରା ରିଙ୍ଗ ବନ୍ଧ ଦେଇ ଅନିକଟ ବ୍ୟାରେଜ୍‌ ଯାଏଁ ଏଇ ଦୃଶ୍ୟ ଦେଖିବାକୁ ମିଳେ ରାସ୍ତା ସାଇଡ ରେ ଅନେକ ଗୁଡ଼ିଏ ଘରୋଇ ମେଡିକାଲ ଅଛି ସେଇଠି କୁ ଆସୁଥିବା ଗାଡି ଗୁଡିକ ଅନୈତିକ ଭାବେ ଗାଡି ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଠିଆ ହେଇ ରହୁଛି ଯାହା ଫଳରେ ଧକ୍କା ଏବଂ ରାସ୍ତା ଭିଡ଼ ର ସମସ୍ୟା ମଧ୍ୟ ହେଉଛି । କିନ୍ତୁ ପ୍ରଶାସନ ପକ୍ଷରୁ କିଛି ବି ପଦକ୍ଷେପମାନ ନିଆଯାଉ ନାହିଁ ।

ତେବେ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ନେଇ ଆମ ରିପୋର୍ଟର ପହଞ୍ଚିଥିଲେ ପାରାନର୍ମାଲ ଏକ୍ସପର୍ଟ ରାଜୀବ ଲୋଚନ ପଣ୍ଡାଙ୍କ ପାଖରେ । ଚାଲନ୍ତୁ ଶୁଣିିବା କ’ଣ କହୁଛନ୍ତି ସେ।

Leave a Reply

Your email address will not be published. Required fields are marked *