Pratidin TV

Odisha's Digital News Platform

ବାପା ସାଜିଲା ନୃଶଂସ : ୩ ବର୍ଷର ଶିଶୁକୁ ମାରିଲେ ନିସ୍ତୁକ ମାଡ

1 min read

ଭୁବନେଶ୍ୱର :ଏକ ନିଷ୍ପାପ ଛୋଟ ଶିଶୁ ପାଇଁ ଖେଳ ସାଜିଲା କାଳ । ଶନିବାର ହ୍ରାଇଦ୍ରାବାଦ ସହରରେ ଏକ ଏପରି ହୃଦୟଥରା ଦୃଶ୍ୟ ଆଖିସାମ୍ନାକୁ ଆସିଛି । ଯାହା ଜଣେ ବାପାର ଅମଣିଷପଣିୟାକୁ ଦର୍ଶାଇଛି । ବାଥରୁମରେ ଖେଳୁ ଖେଳୁ ଡେରି ହେଲା ବୋଲି ୩ ବର୍ଷର ଶିଶୁକୁ ନିର୍ମମ ଭାବେ ପିଟିଲା ବାପା । ସୂଚନା ଗତ ଶନିବାର ଶିୁଶୁଟିର ମା ପୋଲିସ୍ ଷ୍ଟେସନକୁ ତାଙ୍କ ସ୍ୱାମୀ ୩ ବର୍ଷର ଛୋଟ ଝିଅଟିକୁ ପିଟିବା ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁଯାୟୀ ମହିଳା ଜଣଙ୍କର ବିବାହ ୨୦୧୫ ମସିହାରେ ହୋଇଥିଲା । ୪ ଜଣ ଝିଅ ଓ ସ୍ୱାମୀଙ୍କୁ ନେଇ ପରିବାର ।

ଗତ ଶନିବାର ତୃତୀୟ ନଂ ଛୋଟ ଝିଅଟି ଘରର ବାଥରୁମ ଭିତରେ ପଶି ଖେଳୁଥିଲା । କିଛି ସମୟପରେ ସ୍ୱାମୀ ଆସି ଘରେ ପହଞ୍ଚି ତାକୁ ଖୋଜିଥିଲେ କିନ୍ତୁ ତାକୁ ଘରେ ନପାଇ ବାଥରୁମରେ ଖେଳୁଥିବାର ଦେଖି ରାଗିଯାଇଥିଲେ । ରାଗରେ ଏକ କରଚୂଳୀ/ଡଙ୍କି ଦ୍ୱାରା ୩ ବର୍ଷର ଛୋଟ ଝିଅକୁ ନିର୍ମମ ପିଟିଥିଲେ । ଏହାଦେଖି ସ୍ତ୍ରୀ ତାଙ୍କୁ ଅଟକାଇବାକୁ ଯିବା ସମୟରେ ସ୍ତ୍ରୀକୁ ମଧ୍ୟ ପେଲି ଫୋପାଡି ଦେଇଥିଲେ ଅଭିଯୁକ୍ତ ଜଣକ । ରାଗରେ ନିସ୍ତୁକ ମାଡ ମାରିସାରିବାପରେ ଝିଅକୁ ଘରର ଚଟ୍ଟାଣ ଉପରେ କଚାଡି ଦେଇଥିଲା ରାକ୍ଷସ ବାପା ।ଘଟଣା ସ୍ଥଳରେ ହିଁ ଶିଶୁଟିର ଅବସ୍ଥା ଗୁରୁତର ହୋଇଯାଇଥିଲା ।

Advertisement

ଏହାପରେ ଶିଶୁଟିର ମା ତାକୁ ସଙ୍ଗେ ସଙ୍ଗେ ନିକଟସ୍ଥ ଚିକିତ୍ସାଳୟରେ ନେଇ ଭର୍ତ୍ତି କରାଇଦେଇଥିଲେ ।ଏନେଇ ଶିଶୁଟିର ମା ପୋଲିସ ଷ୍ଟେସନ ଯାଇ ନିଜ ସ୍ୱାମୀଙ୍କ ନାରେ ଅଭିଯୋଗ କରିଥିଲେ । କେବଳ ଏହି ଛୁଆକୁ ନୁହେହଁ ବରଂ ଆଉ ସମସ୍ତ ଛୁଆଙ୍କୁ ମଧ୍ୟ ଆଗରୁ ନିର୍ମମ ପିଟନ୍ତି ସ୍ୱାମୀ ବୋଲି ପୋଲିସ ଆଗରେ ପ୍ରକାଶ କରିଥିଲେ ସେ ।ପୋଲସ୍ ଅଭିଯୁକ୍ତ ଘରେ ପହଞ୍ଚି ସେଠାରୁ ହିଁ ତାଙ୍କୁ ଗିରଫ୍ କରିଥିଲା । ସୁଚନା ମିଳୁଛି ଯେ ଶିଶୁଟିର ଅବସ୍ଥା ଏଯାଏ ସୁଦ୍ଧା ଗୁରୁତର ଅଛି ।

Leave a Reply

Your email address will not be published. Required fields are marked *