ଭାରତୀୟ ଭାଇ ପାଇଁ , ପାକିସ୍ତାନରୁ ଭଉଣୀ ପଠାଇଲେ ରାକ୍ଷୀ
1 min readନୂଆଦିଲ୍ଲୀ : ଆଗକୁ ଆସୁଛି ପବିତ୍ର ରକ୍ଷାବନ୍ଧନ । ଭାଇ ହାତରେ ରାକ୍ଷୀ ବାନ୍ଧିବେ ଗେହ୍ଳୀ ଭଉଣୀ ମାନେ । ଏଦିନଟିକୁ ପ୍ରତ୍ୟକ ଭାଇ ଭଉଣୀ ମାନେ ଅତି ଉତ୍କଣ୍ଠାର ସହ ଚାହିଁରହିଥାନ୍ତି । ତେବେ ସର୍ବସାଧାରଣ ପରି ଏହି ବର୍ଷ ରାକ୍ଷିପୂର୍ଣ୍ଣମୀ ପାଳନ କରିବେ ପ୍ରଧାନମନ୍ତ୍ରୀ । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନୀ ଭଉଣୀ କ୍ୱାମାର ମୋହସିନ ଶେଖ ତାଙ୍କ ପାଇଁ ପାକିସ୍ତାନରୁ ରାକ୍ଷୀ ପଠାଇଛନ୍ତି । ଏହାସହ ମୋହସିନ ଏକ ଚିଠି ପଠାଇଛନ୍ତି ଯେଉଁଥିରେ ସେ କହିଛନ୍ତି ,ଯେ ମୁଁ ନିଜେ ମୋ ହାତରେ ମୋଦିଙ୍କ ପାଇଁ ଏହି ରାକ୍ଷି ତିଆରି କରିଛି । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରି ଏହି ରାକ୍ଷୀ ସହିତ ଚିଠିଟିକୁ ଲେଖିଛି ।
ମୁଁ ଆନ୍ତରିକତାର ସହ ଆଶା କରୁଛି ଯେ ପ୍ରଧାନମନ୍ତ୍ରୀ ମୋତେ ଏଥର ଦିଲ୍ଲୀ ଡାକିବେ । ମୁଁ ସମସ୍ତ ପ୍ରସ୍ତୁତି କରିସାରିଛି । ସେ ଯେପରି ଭଲ କାମ କରୁଛନ୍ତି ସେପରି ସେହି କାମଗୁଡିକୁ ଜାରି ରଖିବା ଉଚିତ୍ । ଏହା ସହିତ ମୋହସିନ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଦୀର୍ଘ ୨୦ ରୁ ୨୫ ବର୍ଷ ଧରି ପ୍ରତ୍ୟକ ବର୍ଷ ମୋହସିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାକ୍ଷୀ ପଠାନ୍ତି ।