Pratidin TV

Odisha's Digital News Platform

ଦୁନିଆର ପ୍ରଥମ AI ଶିଶୁ, ନାଁ ହେଉଛି ଟଙ୍ଗ୍ ଟଙ୍ଗ୍‌….

1 min read

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦୁନିଆରେ ଆଉ ଏକ ଚମତ୍କାର ଉଦ୍ଭାବନ କରିଛି । ଜନ୍ମ ନେଇଛି ଦୁନିଆର ପ୍ରଥମ  AI ଶିଶୁ । ଯିଏ ମଣିଷ ପରି ଆଚରଣ କରୁଛି । ଯାହା ପାଖରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଅଛି । ଏହି ୩ ବର୍ଷର ଏଆଇ ଶିଶୁ ପାଖରେ ମାନବ ଶିଶୁ ଭଳି ନିଜର ଭାବପ୍ରବଣତା ପ୍ରକାଶ କରିବାର କ୍ଷମତା ଅଛି । କେତେବେଳେ ସେ ରାଗୁଛି ତ କେତେବେଳେ ସେ ଛୋଟ ଛୁଆ ଭଳି ହସୁଛି । ସେ ମଧ୍ୟ କାନ୍ଦିପାରେ । ଆପଣ ତା’ ମୁହଁରେ ଉଦାସ ଭାବ ମଧ୍ୟ ଦେଖିପାରିବେ । ପ୍ରଥମ ଥର ପାଇଁ କୌଣସି କମ୍ପାନୀ ଏଭଳି ପରୀକ୍ଷଣ କରିଛି, ଯାହା କି ସାରା ବିଶ୍ୱ ପାଇଁ ଚମତ୍କାର ।

ପ୍ରଥମ ଥର ପାଇଁ ଚୀନ୍ ପକ୍ଷରୁ ଏଭଳି ଉଦ୍ଦ୍ୟମ କରାଯାଇ ଏହି ଏଆଇ ଶିଶୁକୁ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ମୁତାବକ, ଚୀନ୍‌ର ବେଜିଂ ଇନ୍‌ଷ୍ଟିଚ୍ୟୁଟ୍ ର୍ଫ ଜେନେରାଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ବିଆଇଜିଏଆଇ) ଏହି ଏଆଇ ଶିଶୁକି ବିକଶିତ କରିଛି । ଏହାର ନାଁ ରଖାଯାଇଛି ଟଙ୍ଗ୍ ଟଙ୍ଗ୍‌, ଯାହାର ଅର୍ଥ ହେଉଛି ଲିଟିଲ୍ ଗର୍ଲ ବା ଛୋଟ ଝିଅ । ନିକଟରେ ଏହି ଏଆଇ ଶିଶୁକୁ ଲଞ୍ଚ୍ କରାଯାଇଥିବାବେଳେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାହିଁକି ନା ଏହି ଶିଶୁ ନିକଟରେ ମଣିଷ ଛୁଆ ଭଳି ନିରୀହ ଗୁଣ ରହିଥିବାବେଳେ ଏହା ଅନୁଭବୀ ଏବଂ ବଡ଼ ଲୋକଙ୍କ ଭଳି ବିଭିନ୍ନ ସମସ୍ୟାର ସମାଧାନ କରିପାରୁଛି । ଏହା ଲୋକଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ଲାଗି ମଧ୍ୟ ସକ୍ଷମ । ଅର୍ଥାତ୍ ଯଦି ଆପଣ ସେହି ଶିଶୁକୁ କିଛି କହୁଛନ୍ତି ତେବେ ସେ ତୁରନ୍ତ ଆପଣଙ୍କ କଥାକୁ ନକଲ କରିବା ସହିତ ଆପଣଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରୁଛି ।

Advertisement

ସୋଶିଆଲ ମିଡିଆରେ ଏହି ଶିଶୁର ଏକ ଭିଡିଓ ସେୟାର କରାଯାଇଛି । ସେହି ଭିଡିଓରେ ଦାବି କରାଯାଇଛି ଯେ ଟଙ୍ଗ୍ ଟଙ୍ଗ୍‌,ରେ ମଣିଷର ମସ୍ତିଷ୍କ ଅଛି । ଲୋକମାନେ ତାଙ୍କୁ ଯାହା ଶିଖାନ୍ତି, ସେ ତୁରନ୍ତ ତାହାକୁ ବୁଝିବାକୁ ଚେଷ୍ଟା କରେ । ଯେତେବେଳେ କୌଣସି ଆବଶ୍ୟକତା ଥାଏ, ସେ ମଧ୍ୟ ଉତ୍ତର ଦିଏ । ସେ ଭଲ ଏବଂ ଭୁଲ ମଧ୍ୟରେ କିପରି ପାର୍ଥକ୍ୟ କରିପାରେ । ବିଭିନ୍ନ ପରିସ୍ଥିତିରେ ନିଜର ଦୃଷ୍ଟିକୋଣକୁ ପ୍ରକାଶ କରେ ଏବଂ ଭବିଷ୍ୟତକୁ ରୂପ ଦେବାର କ୍ଷମତା ରଖେ । ସେୟାର କରାଯାଇଥିବା ଭିଡିଓ ଶିଶୁଟି ଅଭିବାଦନ ଜଣାଉଥିବା ଦେଖିବାକୁ ମିଳୁଛି । ଏହାସହିତ ଚଟାଣ ସଫା କରିବା ସାଙ୍ଗକୁ ଫଟୋଫ୍ରେମ୍ ପଜଲ୍‌କୁ ସଜାଡ଼ୁଥିବା ଦେଖିବାକୁ ମିଳୁଛି । ଏହା ଦେଖିବା ପରେ ଲାଗୁଛି  AI ଆମ ଦୁନିଆକୁ ପରିବର୍ତ୍ତନ କରିବାରେ ସକ୍ଷମ ।

Leave a Reply

Your email address will not be published. Required fields are marked *