Pratidin TV

Odisha's Digital News Platform

ଗୋଟିଏ ମଞ୍ଚରେ ଶାହ-ନବୀନ : ଓଡିଶାର ଅଛେଦିନ ଚାଲିଛି ବୋଲି ବକ୍ତବ୍ୟ ରଖିଲେ ଶାହ

1 min read

ଭୁବନେଶ୍ୱର : ଗତକାଲି ଅମିତ ଶାହଙ୍କ ଓଡିଶା ଆସିବା ନେଇ ବିଜେପି ପକ୍ଷରୁ ଅନେକ ଆ୍େୟାଜନ କରାଯାଇଥିଲା ।ତେବେ ଆଜି ସକାଳୁ ଲିଙ୍ଗରାଜଙ୍କ ଦର୍ଶନକରିସାରିବା ପରେ କଟକରେ ପହଞ୍ଚି ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ ସହ ମାଲ୍ୟାତ୍ପଣ କରିଥିଲେ ଶାହା । ଏହାପରେ ଦୈନିକ ଖବର କାଗଜ ପଜାତନ୍ତ୍ର ର ୭୫ ବର୍ଷ ପୂର୍ତ୍ତି ଅବସରରେ କଟକ ଇନ୍‌ଡୋର ଷ୍ଟାଡିୟମ୍ ସଭାରେ ଯୋଗ ଦେଇଛନ୍ତି । ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶିକ୍ଷାମନ୍ତ୍ରୀ ଦର୍ମେନ୍ଦ୍ର ପ୍ରଧାନ , ସାହିତ୍ୟିକା ପ୍ରତିଭା ରାୟଙ୍କୁ ମଧ୍ୟ ମଞ୍ଚାସୀନ କରାଯାଇଥିଲା । ଏହାପରେ ସମସ୍ତେ ନିଜ ନିଜର ମତବ୍ୟକ୍ତ କରିଥିଲେ ।

ଶାହ ନିଜ ବକ୍ତବ୍ୟରେ କହିଥିଲେ ଯେ ଜଗନ୍ନାଥ କେବଳ ପୁରୀରେ ନାହାନ୍ତି ସେ ଏହେମଦାବାଦରେ ମଧ୍ୟ ଅଛନ୍ତି । ଆଉ ସେହି ଜଣେ ଯିଏ ପୂର୍ବରୁ ପଶ୍ଚିମ ଯାଏ ଆମ ସମସ୍ତଙ୍କୁ ଯୋଡିକି ରଖିଛନ୍ତି । ଏହାପରେ ସେ ରାଷ୍ଟ୍ରପତି ଦୈପଦି ମୁର୍ମୁଙ୍କ ପ୍ରଶଂସା ରେ ଓଡିଆ ଝିଅ ଆଜି ମହାମହାମହିମ ମୁର୍ମୁ ନାମରେ ପରିଚିତ ,‘ଏହିଁ ପ୍ରକୃତରେ ଭଲ ଦିନ ’ା ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଏହି ସର୍ବୋଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ହିଁ ଅଛେଦିନର ସଙ୍କେତ । ଓଡିଶାର ରାଷ୍ଟ୍ରପତି ବୈପଦୀ ମୁର୍ମୁ,ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ବି ଓଡିଶା ମାଟିର ଲୋକେ ।ସ୍ୱାଧିନତା ପରେ ଏତେ ମାତ୍ରାର ଉଚ୍ଚତା ଆଉ ସମ୍ମାନ ଓଡିଶା ଆଗରୁଛୁଇଁ ନଥିଲା ।

Advertisement

Leave a Reply

Your email address will not be published. Required fields are marked *