Pratidin TV

Odisha's Digital News Platform

କଣ୍ଡୋମ ପ୍ୟାକଟରେ ଚାଲିଛି ନିର୍ବାଚନ ପ୍ରଚାର …

1 min read

ପାଖେଇ ଆସିଲାଣି ନିର୍ବାଚନ । ସେଥିପାଇଁ ଚରିଆଡେ ଦେଖିବାକୁ ମିଳିଛି ନିର୍ବାଚନ ତାତି । ଭୋଟର ମାନଙ୍କ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପନ୍ଥା ଆପଣଉଛନ୍ତି ନେତା । ମତଦାତା ମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଭୋଟ ହାତେଇବାର ଉଦ୍ୟମ କରୁଛନ୍ତି ନେତା । କେଉଁଠି ଲୋକଙ୍କୁ ଟଙ୍କା ଫୋନ୍ ବିଭିନ୍ନ ପ୍ରକାର ପଦାର୍ଥ ଦେଉଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶରେ ନେତା ନିଆରା ଉଦ୍ୟମରେ କରୁଛନ୍ତି ନିର୍ବାଚନ ପ୍ରଚାର ।

ଆନ୍ଧ୍ରପ୍ରଦେଶର ଏକ ପ୍ରମୁଖ ପାର୍ଟି ଏହି ପ୍ରଚାର ପାଇଁ କଣ୍ଡୋମର ପ୍ୟାକେଟକୁ ବ୍ୟବହାର କରିବା ପାଇଁ ପଛାଇ ନାହାନ୍ତି । ତେଲୁଗୁ ଦେଶମ ପାର୍ଟି ଓ ୱାଇଏସଆର କଂଗ୍ରେସ ପାର୍ଟି ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ କର୍ମୀମାନଙ୍କ ଦ୍ୱାରା ମତଦାତାଙ୍କୁ ବାଂଟୁଛନ୍ତି । ହେଲେ ଏହି ଖବରକୁ ଉଭୟ ଦଳ ଖଣ୍ଡନ କରିଛନ୍ତି । ଉଭୟ ପ୍ରତିଦ୍ୱନ୍ଦୀ ଦଳ ପରସ୍ପରକୁ ଦାୟୀ ମଧ୍ୟ କରିଛନ୍ତି । ହେଲେ ଏହି ଘଟଣା ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଖୁବ୍ ଶୀଘ୍ର ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *